Mon. Nov 25th, 2024

ମି ଠୁ: ଟାଟା ସନସର ଦୃଢ କାର୍ଯ୍ୟାନୁଷ୍ଠାନ, ଯୌନ ଶୋଷଣ ଅଭିଯୋଗରେ ସୁହେଲ ସେଠ ବହିଷ୍କୃତ

By amfnews Oct 29, 2018 #Featured
214 Views

ନୂଆଦିଲ୍ଲୀ, ଅକ୍ଟୋବର ୨୯ :  ମି ଠୁ ଅଭିଯାନ ଆରମ୍ଭ ହେବା ପରେ ଦେଶରେ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ବିରୁଦ୍ଧରେ ଅଭିଯୋଗ ଆସୁଛି । ଏହି ଅଭିଯାନ ମଧ୍ୟରେ ସୁହେଲ ସେଠଙ୍କ ବିରୁଦ୍ଧରେ ୬ଜଣ ମହିଳା  ଯୌନ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ଟାଟା ସନସ୍ କମ୍ପାନୀ ତାଙ୍କୁ ବହିଷ୍କୃତ କରିଛି ।

ସୂଚନାନୁଯାୟୀ, ଅଭିଯୋଗ ଆସିବା ପରେ ଟାଟା ଏହି ମାମଲାରେ ଯାଂଚ୍ ଆରମ୍ଭ କରି ଦେଇଥିଲା । ଆଜି କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି କି, ସୁହେଲ ସେଠଙ୍କ ସଂସ୍ଥା ସହ ହୋଇଥିବା କଂଟ୍ରାକ୍ଟ ନଭେମ୍ବର ୩୦, ୨୦୧୮ରେ ଶେଷ ହେବାକୁ ଯାଉଛି । ସୁହେଲଙ୍କ ବିରୁଦ୍ଧରେ ମଡେଲ ଡାୟେଂଡ୍ରା ସୋରସ, ଫିଲ୍ମ ନିର୍ମାତା ନତାଶା ରାଠୌର ଏବଂ ଲେଖିକା ଇରା ତ୍ରିବେଦୀଙ୍କ ସହିତ ୬ଜଣ ମହିଳା ଅଭିଯୋଗ ଆଣିଥିଲେ ।

ବିଗ ବସର ପୂର୍ବ ପ୍ରତିଯୋଗୀ ଡିୟେଂଡ୍ରା ଫେସବୁକ ଜରିଆରେ ଏହି ମାମଲାର ବୟାନ ଦେଇଥିଲେ । ସେ କହିଥିଲେ ଯେ, ଏହି ଘଟଣା କିଛି ବର୍ଷ ପୁରୁଣା । ସେ ଯେତେବେଳେ ଏକ ଫ୍ୟାସନ ଓି୍ୱକରୁ ଆଫ୍ଟର ପାର୍ଟିରେ ସାମିଲ ହେବାକୁ ଯାଇଥିଲେ ସେଠାରେ ସୁହେଲ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ସେହି ସମୟରେ ଫିଲ୍ମ ନିର୍ମାତା ନତାଶା ରାଠୌର କହିଛନ୍ତି କି, ଗତବର୍ଷ ଗୁଡଗାଓଁରେ ଏକ ଦୁର୍ଘଟଣା ହୋଇଥିଲା । ସୁହେଲ ତାଙ୍କୁ ଖରାପ ଭାବରେ ଛୁଇଁବାକୁ ଚେଷ୍ଟା କରିଥିଲେ । ତାଙ୍କ ବସଙ୍କ ଜରିଆରେ ସେ ସୁହେଲଙ୍କ ସହ ଦେଖା ହୋଇଥିଲେ ।

By amfnews

Related Post