185 Views
ଭୁବନେଶ୍ବର : ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ପ୍ରମାଣପତ୍ର ନିୟମ । ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡି ଚାଳକଙ୍କୁ ତଣ୍ଡ ଗଣିବାକୁ ପଡିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ । ଆଗାମୀ ଗୋଟିଏ ମାସ ମଧ୍ୟରେ ଗାଡ଼ି ଚାଳକଙ୍କୁ ପ୍ରଦୂଷଣ ସାର୍ଟିଫିକେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।
ଗତ ଦୁଇଦିନ ହେବ ଗାଡ଼ି ଚେକିଂ ସମୟରେ ଅନେକ ଗାଡିକୁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା । ଗାଡି ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା । ଯେଉଁଥିପାଇଁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ରାତି ସାରା ଗାଡି ଚାଳକଙ୍କୁ ଲାଇନରେ ଛିଡା ହେବାକୁ ପଡୁଥିଲା । କିନ୍ତୁ ଏବେ ଗୋଟିଏ ମାସ ସମୟ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ କହିଛନ୍ତି ପରିବହନ ସଚିବ `