Sat. Mar 7th, 2026

ମାସୁଦ ଆଝାର ପ୍ରସଙ୍ଗରେ କହିଲା ଚୀନ୍‌: ଭଲ ଭାବେ ତଦନ୍ତ କରିବାକୁ ଅଧିକ ସମୟ ଆବଶ୍ୟକ

204 Views

ନୂଆଦିଲ୍ଲୀ: ଜୈସ୍‌-ଏ-ମହମ୍ମଦ୍‌ର ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପ୍ରସଙ୍ଗ ସମ୍ବନ୍ଧରେ ଭଲ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଚୀନ୍‌ ଅଧିକ ସମୟ ଆବଶ୍ୟକ କରୁଛି ବୋଲି ଗୁରୁବାର ଦିନ ଏକ ବିବୃତିରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଜୈଶ୍‌ ସଂସ୍ଥାପକଙ୍କୁ ଆତଙ୍କବାଦୀ ତାଲିକାଭୁକ୍ତ କରିବାକୁ ଜାତିସଂଘ ପ୍ରସ୍ତାବକୁ ବ୍ଲକ୍‌ କରିବା ପରେ ଏହା ହେଉଛି ଚୀନ୍‌ର ପ୍ରଥମ ସରକାରୀ ବିବୃତି। ଫ୍ରାନ୍‌ସ୍‌, ଇଂଲଣ୍ଡ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏହି ପ୍ରସ୍ତାବ ଉଠାଇଥିଲେ।

ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ୍‌ କହିଛନ୍ତି: ଚୀନ୍‌ ଜାତିସଂଘ କଟକଣା କମିଟି ନିୟମ ଓ ପଦ୍ଧତିକୁ ସମର୍ଥନ କରେ। ସେ ଆହୁରି କହିଛନ୍ତି କି, ମାମଲା ସଂକ୍ରାନ୍ତରେ ଅଧ୍ୟୟନ ଲାଗି ଚୀନ୍‌ ଯଥେଷ୍ଟ ସମୟ ଆବଶ୍ୟକ କରୁଛି।

ଚୀନ୍‌-ଭାରତ ସମ୍ପର୍କ ଉପରେ ଏହାର ପ୍ରଭାବ ସଂକ୍ରାନ୍ତରେ ଲୁ କହନ୍ତି: ଚୀନ୍‌ ସମ୍ପୂର୍ଣ୍ଣରୂପେ ବିଶ୍ୱସ୍ତ, ରାଜିନାମାର ଉତ୍ତମ ଅଗ୍ରଗତି ଲାଗି ଉନ୍‌ହାନ୍‌ ଶିଖର ଲାଗି ଭାରତ ସହ କାମ କରିବାକୁ ଚୀନ୍‌ ପ୍ରସ୍ତୁତ।

By amfnews

Related Post