Mon. Nov 25th, 2024

ମାସିକ ୬୯୯ରୁ ଆରମ୍ଭ ଜିଓ ଫାଇବର ଟାରିଫ୍‌, ମାଗଣା ମିଳିବ ୪କେ ଟିଭି

By amfnews Sep 6, 2019 #Featured
190 Views

ନୂଆଦିଲ୍ଲୀ: ଏକ ମାସର ଅପେକ୍ଷା ପରେ ଘୋଷିତ ହୋଇଛି ଜିଓ ଫାଇବର ବ୍ରଡ୍‌ବ୍ୟାଣ୍ଡ ସର୍ଭିସ୍‌ ଟାରିଫ୍‌। ଏଥିରେ ଭିନ୍ନ ଭିନ୍ନ ଡାଟା ସୀମା ସହ ବିଭିନ୍ନ ନେଟ୍‌ୱର୍କ ସ୍ପିଡ୍‌ର ୬ଟି ମାସିକିଆ ପ୍ଲାନ୍‌ ରହିଛି। ମାସିକିଆ ପ୍ଲାନ୍‌ ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮,୪୯୯ ଯାଏ ରହିବ। କିନ୍ତୁ ଆରମ୍ଭରୁ ସମସ୍ତ ମଲ୍ଟିମିଡିଆ ସର୍ଭିସ୍‌ ମିଳିବନାହିଁ। ଏଥିରେ ଦୁଇ ପ୍ରକାର ପ୍ଲାନ୍‌ ରହିଛି, ଗୋଟିଏ ମାସିକଆ ଏବଂ ଅନ୍ୟଟି ବାର୍ଷିକ। ବାର୍ଷିକି ପ୍ଲାନ୍‌ରେ ଇଏମ୍‌ଆଇ ମଧ୍ୟ ରହିବ। ଏହି ପ୍ଲାନ୍‌ ସହ ସେଟ୍‌ଟପ୍‌ ବକ୍ସ ଏବଂ ରାଉଟର ମାଗଣା ରହିବ।

୬୯୯ ଟଙ୍କାର ବ୍ରୋଞ୍ଜ ପ୍ଲାନ୍‌- ସବୁଠାରୁ କମ୍‌ ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦ ଜିବି ଡାଟା ରହିବ। ଅନ୍ୟପକ୍ଷରେ ଭାଉଚର ଜରିଆରେ ୫୦ ଜିବି ବଢ଼ାଇ ଦିଆଯାଇପାରିବ। ଏଥିରେ ସ୍ପିଡ୍‌ ୧୦୦ ଏମ୍‌ବିପିଏସ୍ ରହିବ। ଏଥିରେ ଟିଭି ଭିଡିଓ କଲିଂ ସହ ହୋମ୍‌ ନେଟ୍‌ୱର୍କି ଆଦିର ସୁବିଧା ରହିବ। ଜିଓ ଫାଇବର ୱେଲକମ୍‌ ଅଫରରେ ଉପଭୋକ୍ତା ୩ ମାସ ଯାଏ ଜିଓ ସାବନ୍‌ ଓ ଜିଓ ସିନେମାର ପ୍ରିମିୟମ୍‌ ସୁବିଧା ନେଇପାରିବେ।

୮୪୯ ଟଙ୍କାର ସିଲଭର ପ୍ଲାନ୍‌- ଏଥିରେ ମଧ୍ୟ ସ୍ପିଡ୍‌ ୧୦୦ ଏମ୍‌ବିପିଏସ୍‌ ରହିବ। କିନ୍ତୁ ଡାଟାର ପରିମାଣ ୨୦୦ ଜିବି ରହିବ। କୁପନ୍‌ ଜରିଆରେ ଏଥିରେ ଅତିରିକ୍ତ ୨୦୦ ଜିବି ବଢ଼ାଇ ହେବ। ଅନ୍ୟ ସବୁ ସୁବିଧା ୬୯୯ ପ୍ଲାନ୍‌ ସହ ସମାନ ରହିବ।

୧୨୯୯ ଟଙ୍କାର ଗୋଲ୍ଡ ପ୍ଲାନ୍‌- ଏଥିରେ ସ୍ପିଡ୍‌ ୨୫୦ ଏମ୍‌ବିପିଏସ୍‌ ରହିବ ଏବଂ ୫୦୦ ଜିବିର ଡାଟା ମିଳିବ। ଉପରୋକ୍ତ ୨ଟି ପ୍ଲାନ୍‌ ଭଳି ଏଥିରେ ମଧ୍ୟ ଭଏସ୍‌ କଲିଂ, ଭିଡିଓ କଲିଂ, ଗେମିଂ, ହୋମ୍‌ ନେଟ୍‌ୱର୍କିଂ ଏବଂ ୫ଟି ଡିଭାଇସ୍‌କୁ ଡିଭାଇସ୍‌ ସିକ୍ୟୁରିଟି ମିଳିବ।

 

୨,୪୯୯ ଟଙ୍କାର ଡାଇମଣ୍ଡ ପ୍ଲାନ୍‌- ଏଥିରେ ସ୍ପିଡ୍‌ ୫୦୦ ଏମ୍‌ବିପିଏସ୍‌ ରହିବ ଏବଂ ୧୨୫୦ ଜିବି ଡାଟା ମିଳିବ। ୨୫୦ ଜିବିର ଡାଟା ଅତିରିକ୍ତ ଭାବେ କୁପନ୍‌ ଜରିଆରେ ବୃଦ୍ଧି କରାଯିବ। ଅନ୍ୟ ସୁବିଧା ଉପରୋକ୍ତ ପ୍ୟାକ୍‌ ଅନୁଯାୟୀ ସମାନ ରହିବ। ଅତିରିକ୍ତ ଭାବେ ଏଥିରେ ଭିଆର (ଭର୍ଚୁଆଲ ରିଅଲିଟି) ଏକ୍ସପେରିଏନ୍ସ ଏବଂ ପ୍ରିମିୟମ୍‌ କଣ୍ଟେଣ୍ଟ (ଫିଲ୍ମ ରିଲିଜ୍‌ ଦିନ ହିଁ ନୂଆ ଫିଲ୍ମ ସୁବିଧା) ରହିବ। ଜିଓ ଫାଇବର ୱେଲକମ୍‌ ଅଫରରେ ସମସ୍ତ ଓଟିଟି ଆପ୍‌ ସବ୍‌ସ୍କ୍ରିପସନ୍‌ ମିଳିବ।

୩,୯୯ ଟଙ୍କାର ପ୍ଲାଟିନମ୍‌ ପ୍ଲାନ୍‌- ଏଥିରେ ଡାଟା ସ୍ପିଡ୍‌ ୧ ଜିବିପିଏସ୍‌ ରହିବ। ୨୫୦୦ ଜିବିର ଅନ୍‌ଲିମିଟେଡ୍‌ କୋଟା ରହିବ। ୨୫୦୦ ଜିବି ପରେ ଡାଟା ସ୍ପିଡ୍‌ ୧ ଏମ୍‌ବିପିଏସ୍‌କୁ ଖସିଆସିବ। ବେସିକ୍‌ ପ୍ଲାନ୍‌ରେ ଥିବା ଅନ୍ୟ ସାଧାରଣ ସୁବିଧା ଏଥିରେ ରହିବ।

୮,୪୯୯ ଟଙ୍କାର ଟିଟାନିଅମ୍‌ ପ୍ଲାନ୍‌- ଏଥିରେ ସ୍ପିଡ୍‌ ୧ ଜିବିପିଏସ୍‌ ରହିବ। ଡାଟା କୋଟା ୫୦୦୦ ଜିବି ରହିବ ଏବଂ ଏହାପରେ ଇଣ୍ଟରନେଟ୍‌ ସ୍ପିଡ୍‌ ଖସିଆସିବ। ବାକି ସବୁ ଅଫର ଉପରୋକ୍ତ ପ୍ଲାନ୍‌ (ପ୍ଲାଟିନମ୍‌) ସମାନ ରହିବ।

ଏତଦ୍‌ ବ୍ୟତୀତ ବାର୍ଷିକ ପ୍ଲାନ୍‌ରେ ୮,୩୮୮ ଟଙ୍କାର ବ୍ରୋଞ୍ଜ ପ୍ଲାନ୍‌, ୧୦,୧୮୮ ଟଙ୍କାର ସିଲଭର ପ୍ଲାନ୍‌, ୩୧,୧୭୬ ଟଙ୍କାର ଗୋଲ୍ଡ ପ୍ଲାନ୍‌, ୨୯,୯୮୮ ଟଙ୍କାର ଡାଇମଣ୍ଡ ପ୍ଲାନ୍‌, ୪୭,୯୮୮ ଟଙ୍କାର ପ୍ଲାଟିନମ୍‌ ପ୍ଲାନ୍‌ ଏବଂ ୧ ଲକ୍ଷ ୧ ହଜାର ୯୮୮ ଟଙ୍କାର ଟିଟାନିଅମ୍‌ ପ୍ଲାନ୍‌ ମଧ୍ୟ ରହିଛି। ଏସବୁ ବାର୍ଷିକ, ୬ ମାସର ଏବଂ ୩ ମାସର ଅବଧି ଥିବା ପ୍ଲାନ୍‌ ରହିଛି। ଏକାଥରେ ଏହି ପ୍ୟାକ୍‌ ନେଲେ ଗ୍ରାହକ ଅର୍ଥ ବଞ୍ଚାଇବା ସହ ଅଧିକ ଡାଟା ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୧ ଲକ୍ଷ ୧ ହଜାର ୯୮୮ ଟଙ୍କାର ଟିଟାନିଅମ୍‌ ପ୍ଲାନ୍‌ରେ କମ୍ପ୍ଲିମେଣ୍ଟାରୀ ଭାବେ ୪କେ ସେଟ୍‌ ଟପ୍‌ ବକ୍ସ ସହ ୪୪,୯୯୦ ଟଙ୍କା ମୂଲ୍ୟର ୪୩ ଇଞ୍ଚ ସ୍କ୍ରିନ୍‌ ଥିବା ୪କେ ଟିଭି ଦିଆଯିବ।

By amfnews

Related Post