Sun. Mar 8th, 2026

ମାସକୁ ୧୫୩ ଟଙ୍କା ଦେଇ ଗ୍ରାହକ ଚୟନ କରିପାରିବେ ୧୦୦ଟି ବଛା ବଛା ଟିଭି ଚ୍ୟାନେଲ୍‌: ଟ୍ରାଇ

366 Views

ନାଗପୁର,ଜାନୁଆରୀ ୧୪ : ଟିଭି ଗ୍ରାହକଙ୍କ ପାଇଁ ଖୁସି ଖବର। ଟେଲିକମ୍‌ ରେଗୁଲେଟାରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ନୂଆ ନିୟମ ଅନୁଯାୟୀ, କେବୁଲ୍‌ କିମ୍ବା ଡିଟିଏଚ୍‌ ଗ୍ରାହକ ହୁଅନ୍ତୁ, ମାସିକ ମାତ୍ର ୧୫୩.୪୦ ଟଙ୍କା ଦେଇ ୧୦୦ ଟିଭି ଚ୍ୟାନେଲ୍‌ ଦେଖି ପାରିବେ। ଏହାବ୍ୟତୀତ ଅତିରିକ୍ତ ଜିଏସ୍‌ଟି ବି ଲାଗୁ ହେବ ବୋଲି ସୂଚନା ରହିଚି। ଗ୍ରାହକଙ୍କୁ ଜାନୁଆରି ୩୧ ତାରିଖ ମଧ୍ୟରେ ଏହି ଚ୍ୟାନେଲଗୁଡ଼ିକ ଚୟନ କରିବାକୁ ହେବ। ନୂଆ ନିୟମ ଫେବ୍ରୁଆରି ପହିଲାରୁ ଲାଗୁ ହେବ ବୋଲି ସୂଚନା ରହିଛି।

ଟ୍ରାଇ ପକ୍ଷରୁ କୁହାଯାଇଛି କି ଏହି ପ୍ୟାକ୍‌ରେ ହାଇ ଡେଫିନେସନ(ଏଚ୍‌ଡି) ଚ୍ୟାନେଲ୍‌ ରହିବ ନାହିଁ। କେତେକ ଗଣମାଧ୍ୟମ ସଂସ୍ଥାରେ ପୂର୍ବରୁ କୁହାଯାଇଥିଲା ଯେ ଏଚ୍‌ଡି ଚ୍ୟାନେଲ ବି ଚୟନ କରିହେବ। ଗୋଟିଏ ଏଚ୍‌ଡି ଚ୍ୟାନେଲ ଦୁଇଟି ଅଣ ଏଚ୍‌ଡି ଚ୍ୟାନେଲ୍‌ ସହ ସମାନ ହେବ। ମାତ୍ର ଗ୍ରାହକ ନିଜର ସେବା ପ୍ରଦାନକାରୀଙ୍କ ସହ ଏ ସଂପର୍କରେ ଖୋଲାଖୋଲି କଥା ହେବା ଉଚିତ।

ଗ୍ରାହକମାନେ ନିଜର ସନ୍ଦେହ ଦୂର କରିବା ପାଇଁ ୦୧୧-୨୩୨୩୭୯୨୨(ଏକେ ଭରଦ୍ୱାଜ) ଓ ୦୧୧-୨୩୨୨୦୨୦୯(ଅରବିନ୍ଦ କୁମାର)ଙ୍କୁ ଯୋଗାଯୋଗ କରିପାରିବେ। କିମ୍ବା advbcs-2@trai.gov.in ନଚେତ arvind@gov.in. ଇମେଲ୍‌ ଆଇଡିରେ ମେଲ୍‌ କରି ମଧ୍ୟ ପ୍ରଶ୍ନ କରିପାରିବେ।

ଟ୍ରାଇ ଦ୍ୱାରା ନିଆଯାଇଥିବା ଅନ୍ୟ ବଡ଼ ନିଷ୍ପତ୍ତି ହେଉଛି ଚ୍ୟାନେଲ୍‌ ପିଛା ସର୍ବାଧିକ ୧୯ ଟଙ୍କା ଦେଇ ହେବ। କୌଣସି ବି ଚ୍ୟାନେଲ ପାଇଁ ମାସକୁ ୧୯ ଟଙ୍କାରୁ ଅଧିକ ଦେଇ ହେବ ନାହିଁ।

By amfnews

Related Post