103 Views
ନୂଆଦିଲ୍ଲୀ, ନଭେମ୍ବର ୧୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଳଦ୍ୱୀପର ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସାଲେହଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ସେ ପ୍ରଧାନମନ୍ତ୍ରୀ ହେବା ପରେ ମାଳଦ୍ୱୀପରେ ଏହା ତାଙ୍କର ପ୍ରଥମ ଗସ୍ତ । ଏହି ଅବସରରେ ମୋଦୀ ଟ୍ୱିଟ୍ କରି କହିଛନ୍ତି କି, ସେ ସାଲେହଙ୍କ ନେତୃତ୍ୱରେ ନୂତନ ମାଳଦ୍ୱୀପ ସରକାରଙ୍କ ଠାରୁ ଭାରତ ସହ କାମ କରିବା ସମ୍ପର୍କରେ ଅବଗତ କରାଇବେ ।
Recent elections in The Maldives represent the collective aspirations of the people for democracy, rule of law and a prosperous future. We in India strongly desire to see a stable, democratic, prosperous and peaceful Republic of Maldives.
— Narendra Modi (@narendramodi) November 16, 2018
ସେ ପୁଣି ଲେଖିଛନ୍ତି କି, ମାଳଦ୍ୱୀପ ସହ ଭାରତ ଇନଫ୍ରାଷ୍ଟ୍ରକଚର, ସ୍ୱାସ୍ଥ୍ୟ, ସମ୍ପର୍କ, ମାନବ ଶଂସାଧନ ବିକାଶ ଭଳି ମୁଖ୍ୟ ବିକାଶ କାର୍ଯ୍ୟରେ କାମ କରିବାକୁ ଇଚ୍ଛୁକ ଅଛି । ମାଳଦ୍ୱୀପର ଆଂଚଳିକ ନିର୍ବାଚନ ଲୋକମାନଙ୍କୁ ଲୋକତନ୍ତ୍ର, ଆଇନର ଶାସନ ଏବଂ ଉତମ ଭବିଷ୍ୟତର ଆକାକ୍ଷାଂକୁ ପ୍ରଦର୍ଶିତ କରିଛି । ଆମେ ଭାରତବାସୀ ସ୍ଥିର, ଲୋକତାନ୍ତ୍ରିକ, ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ମାଳଦ୍ୱୀପ ଦେଖିବାକୁ ଚାହୁଁଛୁ ।