Tue. Dec 24th, 2024

ମାଲେଗାଓଁ ବିସ୍ଫୋରଣ: ପୁରୋହିତ, ପ୍ରଜ୍ଞା ସମେତ ୭ ଅଭିଯୁକ୍ତଙ୍କ ଉପରେ ସ୍ଥିର ହେଲା ଆତଙ୍କୀ ଷଡ଼ଯନ୍ତ୍ର ଅଭିଯୋଗ

By amfnews Oct 30, 2018 #Featured
259 Views

Khabar Odisha:nia-court-to-frame-charges-against-accused-of-2008-malegaon-blast
ମୁମ୍ବାଇ, ଅକ୍ଟେ।ବର୩0:ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ପୁରୋହିତ ଓ ସାଧ୍ଵୀ ପ୍ରଜ୍ଞା ସିଂହ ଠାକୁର ସମେତ ସମସ୍ତ ୭ ଅଭିଯୁକ୍ତଙ୍କ ଉପରେ ଆତଙ୍କୀ ଷଡ଼ଯନ୍ତ୍ର ରଚିବା ଓ ହତ୍ୟା ଅଭିଯୋଗ ସ୍ଥିର କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ସୋମବାର ବମ୍ବେ ହାଇକୋର୍ଟ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତ ଦ୍ଵାରା ଅଭିଯୋଗ ସ୍ଥିର କରିବା ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ।

ଅନ୍ୟ ପଟେ ସାଧ୍ଵୀ ପ୍ରଜ୍ଞା ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଦର୍ଶାଇ କହିଛନ୍ତି ଯେ ଏହା ପୂର୍ବରୁ ଏନଆଇଏ ମୋତେ କ୍ଲିନ ଚିଟ୍ ଦେଇଥିଲା। ଏବେ ମୋ ବିରୋଧରେ ଅଭିଯୋଗ ସ୍ଥିର କରାଯାଇଛି। ଏହା କଂଗ୍ରେସର ଷଡ଼ଯନ୍ତ୍ର, ମାତ୍ର ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ହେବି କାରଣ ସତ୍ୟର ସର୍ବଦା ବିଜୟ ହୋଇଥାଏ।

ସୂଚନାଯୋଗ୍ୟ ଏନଆଇଏ କର୍ଣ୍ଣେଲ ପୁରୋହିତ ସମେତ ସମସ୍ତ ଅଭିଯୁକ୍ତଙ୍କ ଉପରେ ଆତଙ୍କୀ ଷଡ଼ଯନ୍ତ୍ର ରଚିବା, ହତ୍ୟା ଓ ସମସ୍ତ ଅପରାଧ ଆଧାରରେ ଅଭିଯୋଗ ସ୍ଥିର କରିଛି। ହାଇକୋର୍ଟ ଏନଆଇଏର ଓକିଲ ସନ୍ଦେଶ ପାଟିଲଙ୍କୁ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ପର୍ଯ୍ୟନ୍ତ  ପୁରୋହିତଙ୍କ ଯାଚିକାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ହାଇକୋର୍ଟ ନିମ୍ନ ଅଦାଲତରେ ଶୁଣାଣି ଉପରେ ରୋକ୍ ଲଗାଇବା ପାଇଁ ପୁରୋହିତଙ୍କ ଅନୁରୋଧ ଅସ୍ଵୀକାର କରିଛି। ଖଣ୍ଡପୀଠ କହିଛି ଯେ ପୂର୍ବରୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଉଭୟ ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏର ଧାରା ୧୮ ଓ ୧୬, ଆଇପିସି ଧାରା ୧୨୦ ବି, ୩୦୨, ୩୦୭, ୩୨୪, ୩୨୬, ୪୨୭, ୧୫୩ ଏ ଓ ବିସ୍ଫୋଟକ କାନୁନର ଧାରା ୩,୪,୫ ଓ ୬ ଆଧାରରେ ଅଭିଯୋଗ ସ୍ଥିର କରାଯାଇଛି।  ଏଥିରେ ଧାରା ୩୦୨ ହତ୍ୟା, ୧୨୦ ବି ଷଡ଼ଯନ୍ତ୍ର ରଚିବା  ଓ ୩୦୭ ହତ୍ୟା ଉଦ୍ୟମ କରିବା ପାଇଁ ଲଗାଯାଇଛି। ବର୍ତ୍ତମାନ ଏନଆଇଏର ସ୍ଵତନ୍ତ୍ର ଅଦାଲତ ଦ୍ଵାରା ପୁରୋହିତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରିତ କରିବା ପ୍ରକ୍ରିୟା  ମଙ୍ଗଳବାର ଆରମ୍ଭ ହୋଇ ଯାଇଛି।

ଉଲ୍ଲେଖଯୋଗ୍ୟ  ଉତ୍ତର ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ସେପ୍ଟେମ୍ବର ୨୯ରେ ଏକ ମସଜିଦ ପାଖରେ ଏକ ମୋଟରସାଇକେଲରେ ବନ୍ଧା ଯାଇଥିବା ବିସ୍ଫୋଟକ ସାମଗ୍ରୀ ବିସ୍ଫୋରଣ ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପୁରୋହିତଙ୍କ ବ୍ୟତୀତ ଏହି ମାମଲାର ଅନ୍ୟ ଅଭିଯୁକ୍ତ ହେଉଛନ୍ତି ପ୍ରଜ୍ଞା ସିଂହ ଠାକୁର, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସମୀର କୁଲକର୍ଣ୍ଣି, ଅଜୟ ରାହିରକର, ସୁଧାକର ଦ୍ଵିବେଦୀ ଓ ସୁଧାକର ଚତୁର୍ବେଦୀ ସାମିଲ।

By amfnews

Related Post