Sun. Mar 8th, 2026

ମାଲକାନଗିରିରୁ ଗୋଡ଼ ନଥିବା ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର, କୁକୁର ଝୁଣି ଖାଇ ଦେଇଥିବା ସନ୍ଦେହ!

223 Views

ମାଲକାନଗିରି: ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଗୋଡ଼ ନଥିବା ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜାତ ଶିଶୁକନ୍ୟାଟି କାହାର ଏବଂ କେଉଁଭଳି ପରିସ୍ଥିତିରେ ଏହି ଶିଶୁକନ୍ୟାଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା, ସେଠାରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଲୋକେ ଦେଖିବାକୁ ପାଇଥିଲେ। ମୃତ ଶିଶୁକନ୍ୟା ଶରୀରରେ ଆଘାତ ଥିବା ସହ ଗୋଟିଏ ଗୋଡ଼ ନଥିବା ଦେଖି ଲୋକେ ବିସ୍ମିତ ହୋଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଜବତ କରି ତାର ସଂସ୍କାର କରାଇଥିଲା।

Image result for malkangiri district hospital

ଏବେ ବି ଶିଶୁକନ୍ୟାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନବଜାତ ଶିଶୁକନ୍ୟାର ଗୋଡ଼କୁ କୁକୁରଝୁଣି ଖାଇ ଦେଇଥିବାର ସନ୍ଦେହ ଉପୁଜିଛି। ଏହା କୌଣସି ଅନୈତିକ ସଂପର୍କର ପରିଣାମ ହୋଇଥାଇପାରେ ବୋଲି ବି ସନ୍ଦେହ କରାଯାଉଛି। ମାଲକାନଗିରି ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି।

By amfnews

Related Post