178 Views
ମାଲକାନଗିରି ଜିଲ୍ଲାରେ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ତଥା ମାଲକାନଗିରି ନୋଡାଲ କମିଶିନର ବିଜୟ ଅରୋରା ଗସ୍ତ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି।
ପ୍ରଥମେ ତୁମସାପାଲି ପଞ୍ଚାୟତ ଶାରଦାଗୁଡା ଏବଂ ପୋଟ୍ରେଲ ପଞ୍ଚାୟତର ସରଗିଗୁଡା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ଏହା ପରେ ଏହି ଅଞ୍ଚଳରେ ବୃଦ୍ଧ ଭତ୍ତା, ଚାଉଳ ଯୋଗାଣ, ମମତା ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଆଲୋଚନା କରି ବୁଝିଥିଲେ।ଏହା ସହିତ ଅଞ୍ଚଳର ଅଙ୍ଗନବାଡି କେନ୍ଦ୍ର କିପରି ପରିଚାଳନା ହଉଚି ଏବଂ କୁନି କୁନି ପିଲାମାନଙ୍କୁ ଉଶୁମ ରନ୍ଧା ଖାଦ୍ୟ ଦିଆଯାଉଛି କି ନାହିଁ ତଦାରଖ କରିଥିଲେ।ବାଲିମେଳା ବିଜ୍ଞାପିତ ଅଞ୍ଚଳକୁ ପରିଦର୍ଶନ କରି ବାଲିମେଳା ବିଜ୍ଞାପିତ କାର୍ଯ୍ୟାଳୟର ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଏଥିସହିତ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରରେ ଚାଲୁଥିବା ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କରିବା ପରେ ଠିକା ସଂସ୍ଥା ଯନ୍ତ୍ରୀ ଏବଂ ଓଏଚପିସି ସଂସ୍ଥାର ଇଂଜିନିୟର ମାନଙ୍କ ସହ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ କି ବାଲିମେଳା ଏକ ପୁରାତନ ସହର ଏବଂ ବିଜ୍ଞାପିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରି ଏହି ଅଞ୍ଚଳର ବିକାଶ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟକୁ କିପରି ଅଧିକ ରୁ ଅଧିକ ରାଜସ୍ୱ ଆସିବ ଯେପରି କି କିଛି ମାର୍କେଟ କମ୍ପ୍ଲେକ୍ସ,ଯାତ୍ରୀ ନିବାସ,ମାଛ ଚାଷ ପାଇଁ ପୋଖରୀ ଖୋଳି ଲିଜ ଆକାରରେ ଦବା ଭଳି ଆଗାମୀ ଦିନରେ ଆଣିବା ପାଇଁ ଯୋଜନା କରାଯାଉଛି।
ବାଲିମେଳା ସହରରେ ଓଏଚପିସି,ସିଭିଲ କାର୍ଯ୍ୟାଳୟ ରହିଥିବା ବେଳେ ତାଙ୍କର ଶହ ଶହ କର୍ମଚାରୀ ମାନେ ଏଠାରେ ବସବାସ କରୁଛନ୍ତି।ହେଲେ ଏନଏସି କୁ ହୋଲଡିଂ ଟିକସ ନିୟମ ଅନୁଯାୟୀ ଓଏଚପିସି ଓ ସିଭିଲ(ଜଳସେଚନ) କାର୍ଯ୍ୟାଳୟ ହୋଲଡିଂ ଟିକସ ଦେଉନାହାନ୍ତି ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି।
ନୋଡାଲ କମିଶନର ବିଜୟ ଅରୋରା ଏନେଇ ତତ୍ପରତା ଦେଖାଇବା ସହ ବାଲିମେଳା ସହରରେ ବିଭିନ୍ନ ପ୍ରକାର ରାଜସ୍ୱ ଆୟ ପାଇଁ ଯୋଜନାକୁ ଆଗାମୀ ଦିନରେ ପଦକ୍ଷେପ ନେବା ପାଇଁ ନିର୍ବାହୀ ଅଧିକାରୀ ବିଷ୍ଣୁ ବିଷୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଓଏଚପିସି ର ବଳକା ଜମିରେ ଏହି ସବୁ ଉନ୍ନୟନ ମୂଳକ ଭିତ୍ତିଭୂମି ପ୍ରସ୍ତୁତ କରାଯିବାର ରହିଛି।