କନ୍ନୌଜ୍ (ଉତ୍ତରପ୍ରଦେଶ), ଜାନୁଆରୀ ୬ : ଉତ୍ତରପ୍ରଦେଶର କନ୍ନୌଜ୍ ଜିଲ୍ଲାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମାମୁଁର ପ୍ରେମରେ ଅନ୍ଧ ହୋଇ ଝିଅ ନିଜ ମାତା-ପିତାଙ୍କୁ ହତ୍ୟା କରିବା ଘଟଣା ଏବେ ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାକୁ ନେଇ ଏବେ ପୁଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସଙ୍ଗୀତା ନିଜ ମାମୁଁ ପରମିନ୍ଦରଙ୍କୁ ଭଲ ପାଇ ବସିଥିଲେ । ଏ ବିଷୟରେ ସଙ୍ଗୀତାଙ୍କ ମାତା-ପିତାଙ୍କୁ ଖବର ମିଳିବା ପରେ ସେମାନେ ଏହାକୁ ବିରୋଧ କରିଥିଲେ । ଦିନେ ସଙ୍ଗୀତାଙ୍କ ମା’ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେବା ପରେ ସଙ୍ଗୀତାଙ୍କୁ ମାଡ଼ ମାରି ଘରେ ରଖା ଯାଇଥିଲା । ରାଗରେ ସଙ୍ଗୀତା ନିଜ ମାତା-ପିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏ ନେଇ ସେ ପରମିନ୍ଦରକୁ ମଧ୍ୟରାତ୍ରରେ ଡ଼ାକି ମାତା-ପିତା ଶୋଇଥିବା ସମୟରେ ସେମାନଙ୍କ ଉପରେ ଫାଉଡ଼ାରେ ପ୍ରହାର କରିଥିଲେ । ଯାହା ପରେ ସଙ୍ଗୀତା ଘରେ ଥିବା ସୁନା ଗହଣା ଏବଂ ଟଙ୍କା ନେଇ ଘରୁ ଫେରାର ହୋଇ ଯାଇଥିଲେ ।