Fri. Mar 6th, 2026

ମାନହାନୀ ମୋକଦ୍ଦମା: ଅକ୍ଟୋବର ୩୧ରେ ଏମ୍‌.ଜେ.ଆକବରଙ୍କ ବୟାନ ରେକର୍ଡ କରିବେ ଅଦାଲତ

281 Views

ଦିଲ୍ଲୀର ଅତିରିକ୍ତ ଚିଫ୍‌ ମେଟ୍ରୋ ପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ଭିଶାଲଙ୍କ ଅଦାଲତରେ ଏହି ମାମଲାରେ ଶୁଣାଣି ହୋଇଥିଲା। ଆକବରଙ୍କ ପକ୍ଷରୁ ଆଇନଜୀବୀ ଗୀତା ଲୁଥ୍ରା ଅଦାଲତଙ୍କୁ ଅବଗତ କରିଥିଲେ କି ୨୦ ବର୍ଷ ତଳର ଏକ ଅଭିଯୋଗକୁ ବଖାଣି ସାମ୍ବାଦିକା ରମାନି ତାଙ୍କ ମହକିଲଙ୍କ ଖ୍ୟାତିକୁ କ୍ଷୁର୍ଣ୍ଣ କରିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ନିଜର କାର୍ଯ୍ୟ ଧାରା ମାଧ୍ୟମରେ ଏମ୍‌.ଜେ.ଆକବର ଗଢ଼ିଥିବା ତାଙ୍କର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି। ରମାନୀଙ୍କ ଟୁଇଟ୍‌ ଫଳରେ ଏମ୍‌.ଜେ ଆକବରଙ୍କ ସମ୍ମାନରେ ଆଞ୍ଚ ଆସିଛି ଓ ଅପୂରଣୀୟ କ୍ଷତି ଘଟିଛି।

ଅଦାଲତଆବେଦନକାରୀ ଙ୍କ ପକ୍ଷ ଶୁଣିବା ପରେ ଅକ୍ଟୋବର ୩୧ ତାରିଖରେଏମ୍‌.ଜେ.ଆକବରଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାଙ୍କ ବୟାନ ସନ୍ତୋଷଜନକ ହୁଏ , ତେବେ ଅଦାଲତ ପ୍ରିୟା ରମାନିଙ୍କୁ ନୋଟିସ୍‌ ପଠାଇ ମାମଲାର ସାମ୍ନା କରିବାକୁ ନିର୍ଦ୍ଦେଶ ଦେବେ।

୨୦ ଜଣ ମହିଳା ସାମ୍ବାଦିକା ଏମ୍‌.ଜେ.ଆକବରଙ୍କ ବିରୋଧରେ ଯୌନ ଅସଦାଚାରଣ ଏବଂ ନିର୍ଯାତନା ଅଭିଯୋଗ ଆଣିବା ପରେ ଗତକାଲି ଆକବର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

By amfnews

Related Post