98 Views
ମୁମ୍ବାଇ, ନଭେମ୍ବର ୩୦ : ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ପ୍ରେମୀଯୁଗଳ ଏବେ ସବୁଠାରୁ ଚର୍ଚ୍ଚିତ ଦମ୍ପତି ବନି ସାରିଛନ୍ତି । ନଭେମ୍ବର ୧୪-୧୫ରେ ବିବାହ କରି ସାରିବା ପରେ ସେ ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଦୁଇଟି ବିବାହ ଭୋଜି ରଖାଯାଇଥିଲା । ତେବେ ବିବାହ ପରେ ତୁରନ୍ତ ଦୁହେଁ ହନିମୁନ୍ରେ ଯିବେ ନାହିଁ, କାରଣ ରଣବୀର ନିଜ ଫିଲ୍ମ ‘ସିମ୍ବା’କୁ ନେଇ ବ୍ୟସ୍ତ ରହିବେ । ତେବେ ନିଜ ଫିଲ୍ମକୁ ନେଇ ରଣବୀର ସାକ୍ଷାତକାର ଦେଇଥିବା ବେଳେ ତାଙ୍କୁ ଦୀପିକାଙ୍କୁ ନେଇ ଏକ ପ୍ରଶ୍ନ କରାଯାଇଥିଲା ।