Sat. Jun 14th, 2025

ମାତ୍ର ୫୦ ଟଙ୍କାରେ ଉନ୍ନତମାନର ଭୋଜନ ଯୋଗାଇ ଦେବ ଭାରତୀୟ ରେଳବାଇ

By amfnews Sep 10, 2019 #Featured
195 Views

ନୂଆଦିଲ୍ଲୀ: ଭାରତରେ ଟ୍ରେନ ଯାତ୍ରୀମାନେ ଅନେକ ସମୟରେ ଅଭିଯୋଗ କରନ୍ତି ଯେ ରେଳରେ ଭଲ ଖାଦ୍ୟ ମିଳୁନି। ତା’ଛଡ଼ା ଏହାକୁ ନେଇ ସୋସିଆଲ ମିଡିଆରେ ବି ବେଳେବେଳେ ନାନା ଚର୍ଚ୍ଚା ହୁଏ। ଏହାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ନୂତନ କ୍ୟାଟରିଙ୍ଗ ନୀତିରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି।

ଏବେ ଭାରତୀୟ ରେଳବାଇ ମାତ୍ର ୫୦ ଟଙ୍କାରେ ଉନ୍ନତମାନର ଭୋଜନ ଦେବାକୁ ଯାଉଛି। ଏଥିରେ ରାଜମା-ଭାତ, ଡାଲି-ଭାତ, ୪ ରୁଟି ଏବଂ ତରକାରୀ ମିଳିବ ବୋଲି ଜଣାଯାଇଛି। ଏବେ ଗୁରୁତ୍ୱ ଦେଉଥିବା ଜଣାଯାଇଛି । ଏଥି ସହିତ ନୂତନ କ୍ୟାଟରିଙ୍ଗ ନୀତିରେ ସ୍ଥାନୀୟ ଖାଦ୍ୟକୁ ବି ଗୁରୁତ୍ୱ ଦିଆଯିବ ବୋଲି ଜଣାଯାଇଛି। ଏହି ନୂତନ କ୍ୟାଟରିଙ୍ଗ ନୀତି ଆଗାମୀ ଡିସେମ୍ବର ମାସରୁ ଲାଗୁ ହେଉଥିବାର ସୂଚନା ମିଳିଛି ।

ରେଳବାଇର ଇ-କ୍ୟାଟରିଙ୍ଗ ଏବଂ ଫୁଡ ଅନ ଅର୍ଡର ଉପରେ ଗୁରୁତ୍ବ ଦେଉଛି। ରେଳବାଇ ଇ-କ୍ୟାଟରିଙ୍ଗର ସଂପ୍ରସାରଣ ଦିଗରେ ଅଗ୍ରସର ହେଉଛି, ଯେଉଁଥିରେ ଡୋମିନୋଜ ସହିତ ବୁଝାମଣା କରିବାର ଅଛି । ପ୍ରତ୍ୟେକ ଷ୍ଟେସନରେ ପ୍ରତି ଟ୍ରେନରେ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ରେଳବାଇ ।

By amfnews

Related Post