Sat. May 10th, 2025

ମାତ୍ର 225 ଟଙ୍କାରେ ସାରା ବିଶ୍ୱକୁ କରୋନା ଟୀକା ଯୋଗାଇବ ଭାରତୀୟ କମ୍ପାନୀ

By amfnews Aug 8, 2020 #Featured
212 Views

ନୂଆଦିଲ୍ଲୀ, ଅଗଷ୍ଟ ୦୮ : କରୋନା ମହାମାରୀ ସହ ସଂଗ୍ରାମ କରୁଥିବା ବିଶ୍ୱ ପାଇଁ ଭାରତରୁ ଆସିଛି ଏକ ଖୁସି ଖବର | ବିଶ୍ୱର ସର୍ବ ବୃହତ ଟିକା ଉତ୍ପାଦନକାରୀ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, କହିଛି ଯେ ଏହାର କରୋନା ଜୀବାଣୁ ଟିକା ର ଗୋଟିଏ ମାତ୍ର ଡୋଜ ତିନି ଡଲାର (ପ୍ରାୟ 225 ଟଙ୍କା) ହେବ । କମ୍ପାନୀ ଭାରତ ଏବଂ ଭାରତ ଭଳି ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ପାଇଁ 100 ନିୟୁତ(10 କୋଟି) କରୋନା ଟିକା ଉତ୍ପାଦନ କରିବ | ଏଥିପାଇଁ କମ୍ପାନୀ ଗାଭି ଭ୍ୟାକ୍ସିନ୍ ଅର୍ଗାନାଇଜେସନ୍ ଏବଂ ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହିତ ବୁଝାମଣା କରିଛି, ଯାହା ଅଧୀନରେ କମ୍ପାନୀକୁ 150 ମିଲିୟନ୍ ଡଲାର୍ (ପ୍ରାୟ 1,125 କୋଟି ଟଙ୍କା) ସହାୟତା ରାଶି ମିଳିବ ।

ଗାଭି ଟିକା ସଂଗଠନ ହେଉଛି ଏକ ସରକାରୀ-ବେସରକାରୀ ବିଶ୍ୱ ସ୍ୱାସ୍ଥ୍ୟ ସହଭାଗୀତା ଯାହା ମିଳିତ ଜାତିସଂଘ ଦ୍ୱାରା ସମର୍ଥିତ, ଯାହା ଗରିବ ଦେଶରେ ଟୀକାକରଣ ବୃଦ୍ଧି କରିବା ନେଇ କାର୍ଯ୍ୟ କରିଥାଏ | ଗେଟସ୍ ଫାଉଣ୍ଡେସନ୍ ଗାଭିଙ୍କୁ ପାଣ୍ଠି ଯୋଗାଇବ, ଯାହା ସେରମ୍ କମ୍ପାନୀକୁ ଦିଆଯିବ |

SII ସିଇଓ ଅଦାର ପୁନାୱାଲା କହିଛନ୍ତି, ‘କରୋନା ବିରୁଦ୍ଧରେ ଆମର ସଂଗ୍ରାମକୁ ଅଧିକ ଦୃଢ ତଥା ସର୍ବବ୍ୟାପୀ କରିବା ପାଇଁ SII 2021 ମସିହାରେ ଭାରତ ଏବଂ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ପାଇଁ 10 କୋଟି କରୋନା ଡୋଜ ଉତ୍ପାଦନ ଆରମ୍ଭ କରିଛି ଏବଂ ବଣ୍ଟନ ପାଇଁ ଗାଭି ଏବଂ ଗେଟ୍ସ ଫାଉଣ୍ଡେସନ୍ ସହିତ ସହଭାଗୀ ଅଛି | ‘

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଆଷ୍ଟ୍ରାଜେନେକା ଏବଂ ନୋଭାଭାକ୍ସ ସମେତ କରୋନା ଟିକା ର ଗୋଟିଏ ଡୋଜ ତିନି ଡଲାର ହେବ। ଗାଭିର କୋଭାକସ୍ ଆଡଭାନ୍ସ ମାର୍କେଟ ପ୍ରତିଶ୍ରୁତି ଅନୁଯାୟୀ କମ୍ପାନୀ ବିଶ୍ୱର 92 ଟି ଦେଶକୁ ଏହି ଟିକା ପ୍ରଦାନ କରିବ। ଗାଭି କୋଭାକସ୍ ସୁବିଧାକୁ ପରିଚାଳନା କରନ୍ତି, ଯାହା କରୋନା ଟିକାକୁ ଶୀଘ୍ର ଏବଂ ବିଶ୍ୱର ବିଭିନ୍ନ ଦେଶ ନିକଟରେ ସୁବିଧାରେ ପହଞ୍ଚାଇବା ପାଇଁ ଗଠିତ ହୋଇଛି |

ପୁଣେ ଭିତ୍ତିକ SII ମଧ୍ୟ ଆଷ୍ଟ୍ରା ଜେନେକାର କରୋନା ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ବର୍ତ୍ତମାନ କରୁଛି | ଗତ ସପ୍ତାହରେ ହିଁ ଏହି ପରୀକ୍ଷା କରିବାକୁ କମ୍ପାନୀ ଭାରତର ଡ୍ରଗ୍ ରେଗୁଲେଟରଙ୍କଠାରୁ ଅନୁମତି ପାଇଥିଲା ।

By amfnews

Related Post