Tue. Mar 10th, 2026

ମା’ଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡ଼ି ଗଲେ ଦେବାଶିଷ

151 Views

ଯାଜପୁର : ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବାଶିଷ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗାଁରେ।

ଗତକାଲି ଅପରାହ୍ଣରେ ଦେବାଶିଷ ଗାଁର ଯୁବକମାନଙ୍କ ସହ ମିଶି ଦୁବେଇ ଗଣ୍ଡାକୁ ଦୁର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ମା’ଙ୍କ ମୂର୍ତ୍ତି ବିସର୍ଜନ ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ହେଲେ ବିସର୍ଜନର ଦୁଇ ଘଣ୍ଟା ପରେ ଦେବାଶିଷ ନିଖୋଜ ଥିବା ଜାଣି ତାଙ୍କ ସାଙ୍ଗମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ମାତ୍ର ତାଙ୍କୁ ନ ପାଇ ଦମକଳ ବାହିନୀକୁ ଖବର ଦେଇଥିଲେ।

ଏହାପରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ଦେବାଶିଷଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବାଶିଷ ପିଲାଦିନୁ ମାମୁ ଘରେ ରହୁଥିଲେ।

By amfnews

Related Post