Sat. Dec 28th, 2024

ମାଓବାଦୀମାନେ ମୋଦୀଙ୍କୁ ହତ୍ୟା କରିବା ପାଇଁ ରଚିଥିଲେ ଷଡଯନ୍ତ୍ର, ଚାର୍ଜସିଟ୍ ଦାଖଲ

By amfnews Nov 16, 2018 #Featured
108 Views

ନୂଆଦିଲ୍ଲୀ, ନଭେମ୍ବର ୧୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା କିଛି ମାଓବାଦୀଙ୍କ ବିରୋଧରେ ପୁନେ ପୋଲିସ ଗତକାଲି ଚାର୍ଜସିଟ୍ ଦାଖଲ କରିଛି । ଏଫଆଇଆରରେ ମାଓବାଦୀମାନେ ମୋଦୀଙ୍କୁ ହତ୍ୟା କରିବା ବ୍ୟତୀତ ଦେଶ ବିରୋଧରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର କିଣିଥିବା ଅଭିଯୋଗ ହୋଇଛି ।

ପୋଲିସ ଚାର୍ଜସିଟରେ ଦାବି କରିଛି ଯେ ପୁନେରେ ଗତବର୍ଷ ଡିସେମ୍ବରରେ ୟଲଗାର ପରିଷଦ ସମ୍ମିଳନୀକୁ ଆୟୋଜନ କରାଯାଇଥିଲା । ଯାହା ଦଳିତଙ୍କ ଧୃବୀକରଣ ତଥା ସେମାନଙ୍କୁ ଉତେଜିତ କରୁଥିବା ଋଣନୀତିର ଅଂଶବିଶେଷ । ଚାର୍ଜସିଟରେ ଆହୁରି କୁହାଯାଇଛି ଯେ ମାଓବାଦ ସମର୍ଥିତ ସମ୍ମିଳନୀ ଜାନୁଆରୀ ୦୧ରେ ଭୀମା କୋରେଗାଓଁ ହିଂସାକୁ ପ୍ରଶ୍ରୟ ଦେଇଥିଲା । ୫୦୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ସୁରେନ୍ଦ୍ର ମାଡାଲିଙ୍ଗ, ମହେଶ ରାଉତ, ଶୋମା ସେନ, ରୋନା ବିଲସନ, ସୁଧିର ଧାବଲେଙ୍କ ସମେତ ଆହୁରି ୧୦ଜଣଙ୍କ ନାମ ରହିଛି । ଏମାନଙ୍କୁ ଜୁନ ୬ରେ ଗିରଫ କରାଯାଇଥିଲା ।

କୁହାଯାଉଛି କି, ଏହି ୫ଜଣ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ମାଓବାଦୀ ନେତା ଦୀପକ ଓରଫ ମିଲିନ୍ଦ ତେଲଦୁବାନ୍ଦେ, କିଶନ ଦା ଓରଫ ପ୍ରଶାନ୍ତ ବୋଷ, ପ୍ରକାଶ ଓରଫ ରିତୁପର୍ଣ୍ଣା ଗୋସ୍ୱାମୀ, ଦୀପୁ ଓରଫ ମଙ୍ଗଳଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ ରହିଛି । ରୋନା ବିଲସନ ଏବଂ କିଶନ ଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିବା ଚାର୍ଜସିଟରେ କୁହାଯାଇଛି ।

By amfnews

Related Post