Sun. Mar 8th, 2026

ମାଆମାନେ ବିକାଶର ଡବଲ୍‌ ଇଞ୍ଜିନ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

316 Views

ଭୁବନେଶ୍ୱର: ମାଆମାନେ ହେଉଛନ୍ତି ବିକାଶର ଡବଲ୍‌ ଇଞ୍ଜିନ୍‌। ମିସନ ଶକ୍ତି ପାଇଁ ମୋ ସରକାର କାମ କରିଚାଲିଛି ବୋଲି ବୁଧବାର ପୂର୍ବାହ୍ନରେ ମୟୂରଭଞ୍ଜରର ଠାକୁମୁଣ୍ଡା ଠାରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ପୁଣି ଦିଆଯିବ। ଏଥର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଁଏ ଦିଆଯିବ।ଶେଷ ନିଃଶ୍ୱାସ ଥିବା ଯାଏଁ ମୁଁ ଆପଣମାନଙ୍କର ସେବା କରିବି। ମୋତେ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ।

By amfnews

Related Post