Sat. Mar 7th, 2026

ମାଆକୁ ଜିଅନ୍ତା ଜାଳି ଦେଲା ପୁଅ

202 Views

ପାଟଣାଗଡ଼  : ବାପାକୁ ଠେଙ୍ଗାରେ ପିଟିବା ପରେ ଶଯ୍ୟାଶାୟୀ ମାଆକୁ ଜିଅନ୍ତା ଜାଳିଦେଲା ପୁଅ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ରାତବାହାଲ ଗାଁରେ। ମୃତ ବୃଦ୍ଧାଙ୍କ ନାଁ ଆଶାମତୀ ଖର୍ସେଲ (୭୫)। ତାଙ୍କ ଅଭିଯୁକ୍ତ ପୁଅର ନାଁ ସନ୍ତୋଷ ଖର୍ସେଲ।

କୌଣସି କଥାକୁ ନେଇ ଆଜି ସକାଳେ ସନ୍ତୋଷ ତାଙ୍କ ବାପା ଋଷି ଖର୍ସେଲଙ୍କୁ ପ୍ରବଳ ପାଟିତୁଣ୍ଡ କରିବା ପରେ ଏକ ଠେଙ୍ଗାରେ ପିଟିଥିଲେ। ଏହା ଦେଖି ଆଶାମତୀ ତାଙ୍କୁ ତାଗିଦ୍ କରିଥିଲେ। ଏହା ସହିତ ଗାଁ ଲୋକଙ୍କୁ ଡାକି ଘଟଣାର ସମାଧାନ କରିବାକୁ କହିଥିଲେ। ଗାଁ ଲୋକଙ୍କୁ ଡାକି ସମାଧାନ କରିବା କଥା ଶୁଣିବା ପରେ ସନ୍ତୋଷ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ସେ ତାଙ୍କ ଶଯ୍ୟାଶାୟୀ ମା’ଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଆଶାମତୀ ଜଳି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବେଲପଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି।

By amfnews

Related Post