Sun. Mar 8th, 2026

ମାଆ ମୋବାଇଲରେ ଭିଡିଓ ଦେଖିବାକୁ ମନା କରିବାରୁ ଆତ୍ମହତ୍ୟା କରିଲେ ନାବାଳିକା ଝିଅ

325 Views

ମୁମ୍ବାଇ, ଜାନୁଆରୀ ୧୮ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମୋବାଇଲରେ ଭିଡିଓ ଦେଖିବାକୁ ମନା କରିବାରୁ ଓ ମାଆ ଝିଅକୁ ପାଟିତୁଣ୍ଡ କରିବାରୁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବାର ଖବର ମିଳିଛି।ନାବାଳିକା ଝିଅ ନିଜ ମୋବାଇଲରେ ଭିଡିଓ ଦେଖୁଥିଲା। ସେ ଆଗରୁ ତିନି ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ତାକୁ ଘରକୁ ଅଣାଯାଇଥିଲା। ସେ ଦିନ ସାରା କିଛି କାମ ନକରି କେବଳ ମୋବାଇଲରେ ଭିଡିଓ ଦେଖୁଥିଲା। ଏଥିରେ ଝିଅର ମାଆ ଉତ୍‌କ୍ଷିପ୍ତ ହୋଇଥିଲେ ଓ ତା’କୁ ମୋବାଇଲ୍‌ ନ ଦେଖିବାକୁ ତାଗିଦ୍‌ କରିଥିଲେ। ମାଆ ତାକୁ ଜୋରରେ ପାଟି ବି କରିଲେ। ଏହାପରେ ଝିଅ ରାଗିଯାଇ ଘରର ବାଥ୍‌ରୁମ୍‌ରେ ବନ୍ଦ ହୋଇ ରହିଯାଇଥିଲେ।
ଏହାପରେ ଘରଲୋକେ ତାକୁ ବାଥ୍‌ରୁମରୁ ବାହାରି ଆସିବା ପାଇଁ ନିବେଦନ କରିଲେ। ମାତ୍ର ସେ ମାନି ନଥିଲା। ତା’ପରେ ବାଧ୍ୟ ହୋଇ ବାଥ୍‌ରୁମରୁ କବାଟ ଭଙ୍ଗାଯାଇଥିଲା। ସେତେବେଳକୁ ନାବାଳିକା ଜଣକ ବାଥ୍‌ରୁମ୍‌ ଭିତର ଛାତରୁ ଫାସି ଲଗାଇ ଦେଇଥିଲା। ତା’କୁ ତତ୍‌କ୍ଷଣାତ ସରକାରୀ ଡାକ୍ତରଖାନାକୁ ନିଆଯାଇଥିିଲା ଓ ସେଠାରେ ତା’ର ମୃତ୍ୟୁ ଘଟିଥିଲା। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।

By amfnews

Related Post