Sun. Mar 8th, 2026
253 Views

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ପଛପଟ ଗାଁରେ ଏକ ଘରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଦ୍ୱୟ ହେଲେ ମା’ ଗୋଲାପୀ ମେହେର(୬୦) ଓ ଝିଅ ଲକ୍ଷ୍ମୀ ମେହେର (୩୫)।

ସୂଚନାଅନୁସାରେ, ଗତକାଲି ରାତିରେ ମାଆ-ଝିଅ ଘର ଭିତର ପଟୁ କବାଟ ବନ୍ଦ କରି ଶୋଇଥିଲେ।  ଏହି ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ଘରେ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।  ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post