Fri. Mar 6th, 2026

ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ

238 Views

ଜଗତସିଂହପୁର , ଏପ୍ରିଲ 14 : ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଚାରିଆଡ଼େ ପାଳିତ ହୁଏ ପ୍ରସିଦ୍ଧ ଝାମୁ ଯାତ୍ରା । କିନ୍ତୁ ଏଥିର ସବୁ ଶୌବପୀଠ ଖାଁ ଖାଁ ।ଏହି ଅବସରରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଜଗତସିଂହପୁରର ପ୍ରସିଦ୍ଧ ମା ଶାରଳାଙ୍କ ପୀଠରେ ୧୪୪ ଧାରା ଜାରୀ କରାଯାଇଛି ।

ପ୍ରତିବର୍ଷ ଏଠାକୁ କାହିଁ କେତେ ଦୁରରୁ ଭକ୍ତମାନଙ୍କ ସୁଅ ଛୁଟେ । କିନ୍ତୁ ଚଳିତବର୍ଷ ମାଙ୍କ ପୀଠ ଖାଁ ଖାଁ ହୋଇପଡ଼ିଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ପ୍ରବେଶ ନିଷେଧ କରିବା ପାଇଁ ପୀଠରେ ପୋଲିସ ମୁତୟନ ହୋଇଛନ୍ତି ।

କେବଳ କିଛି ସେବାୟତ ମାନଙ୍କ ଦ୍ୱାରା ମା ଙ୍କର ନୀତି ସମ୍ପନ୍ନ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜିଲ୍ଲାର ଗୋରେଖନାଥ ମନ୍ଦିର ସହିତ ଅନ୍ୟାନ୍ୟ ୨୦ଟିରୁ ଉର୍ଦ୍ଧ ମନ୍ଦିରରେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି।

By amfnews

Related Post