Tue. Mar 10th, 2026

ମହୁ ବି ବିଷତୁଲ୍ୟ ହୋଇଥାଏ !

303 Views

ଆୟୁର୍ବେଦରେ ମହୁକୁ କୌଣସି ଚମତ୍କାରୀ ଔଷଧ ଭାବେ ଗ୍ରହଣ କରାଯାଇଛି। ତେବେ ମହୁର ସେବନ ସମୟରେ କେତେକ ନିୟମ ପାଳନ କରାଯିବା ଦରକାର। କାରଣ ଅନୁପଯୁକ୍ତ ଭାବରେ ମହୁ ସେବନ କରିଲେ,ତାହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏବେ ଆସନ୍ତୁ ଜାଣିବା,କେଉଁ ଜିନିଷ ସହିତ ମହୁ ଖାଇବା ଅନୁଚିତ। କାରଣ ଉକ୍ତ ଜିନିଷ ଦୁଇଟି ଏକାଠି ଖାଇଲେ ବିଷ ହୋଇଯାଏ।
ପ୍ରଥମ କଥା ହେଲା ଗରମ ଖାଦ୍ୟ ସହିତ ମହୁ ମିଶାଇ ଖାଇବା ଉଚିତ ନୁହେଁ। ଠିକ୍‌ ସେହିପରି ମହୁକୁ ମସଲାଯୁକ୍ତ ଖାଦ୍ୟ ସହିତ କେବେ ବି ଗ୍ରହଣ କରିବା ଉଚିତ ନୁହେଁ। ଏପରି କଲେ ତାହା ବିଷ ତୁଲ୍ୟ ହୋଇଥାଏ।


ଅପର ପକ୍ଷରେ ମଦ,ଘିଅ ଓ ସୋରିଷ ତେଲ ସହିତ ମହୁକୁ ମିଶାଇ ସେବନ କରିବା ପାଇଁ ବାରଣ କରାଯାଇଛି। ଚା’ ଓ କଫିରେ ମହୁ ଖାଇବା ମଧ୍ୟ ଅନୁଚିତ। ମାଛ ମାଂସ ସହିତ ମଧ୍ୟ ମହୁ ସେବନ କରିବା ଅନୁଚିତ। ଚିନି ସହିତ ମହୁ ମିଶାଇଲେ ତାହା ଅମୃତରେ ବିଷ ତୁଲ୍ୟ ହୋଇଯାଏ।

By amfnews

Related Post