Sun. Mar 8th, 2026

ମହିଳାମାନେ ‘ଗରୁଡ଼ ଗଙ୍ଗା’ ଜଳ ପିଇଲେ ପ୍ରସବ ସ୍ୱାଭାବିକ ହେବ ବୋଲି କହି ଡାକ୍ତରଙ୍କ ଦ୍ୱାରା ସମାଲୋଚିତ ହେଲେ ବିଜେପି ସାଂସଦ

233 Views

ଡେରାଡୁନ୍‌: ଉତ୍ତରାଖଣ୍ଡର ବିଜେପି ସାଂସଦ ଅଜୟ ଭଟ୍ଟ ଏକ ଅଦ୍ଭୂତ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି। ସେ କହିଛନ୍ତି କି ମହିଳାମାନେ ଅସ୍ତ୍ରୋପଚାର ନକରି ସ୍ୱାଭାବିକ ପ୍ରସବ କରିବାକୁ ଚାହୁଁଥିଲେ ‘ଗରୁଡ଼ ଗଙ୍ଗା’ ଜଳ ପିଅନ୍ତୁ। ଏହାକୁ ପିଇଲେ ପ୍ରସବ ସ୍ୱାଭାବିକ ହେବ।

ଗୁରୁବାର ଲୋକସଭାରେ ‘ଗରୁଡ଼ ଗଙ୍ଗା’ ଜଳର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରି ଭଟ୍ଟ ଏପରି କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଏହି ନଦୀର ପଥରକୁ ସାପ କାମୁଡ଼ି ଥିବା ସ୍ଥାନରେ ଘଷି ଦେଲେ ବ୍ୟକ୍ତିର ଜୀବନ ବଞ୍ଚାଯାଇପାରେ।

 

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ସ୍ୱାମୀ ବିବେକାନନ୍ଦ ଧ୍ୟାନ କରୁଥିବା କାକଡ଼ିଘାଟରେ ଜଣକ ଘରେ ସାପ ପଶିଥିଲା। ସେମାନେ ସେହି ଘର ଭିତରକୁ ଯିବାକୁ ଭୟ କରୁଥିଲେ। ମାତ୍ର ଭଟ୍ଟ ସେମାନଙ୍କୁ ‘ଗରୁଡ଼ ଗଙ୍ଗା’ର ପଥର ମହାତ୍ମ୍ୟ ବିଷୟରେ କହି ସାହସ ଦେଇଥିଲେ। ତା’ପରେ ପରିବାର ଜଣେ ସଦସ୍ୟ ଯାଇ ସାପଟିକୁ ଘରୁ କାଢ଼ି ଆଣିଥିଲେ।

ମହିଳାମାନେ ପାଉଥିବା ଗର୍ଭ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗୋଟିଏ କପ ‘ଗରୁଡ଼ ଗଙ୍ଗା’ ଜଳ ପିଇଲେ ସୁଫଳ ମିଳିଥାଏ ବୋଲି ସେ କହିଛନ୍ତି। ଭଟ୍ଟଙ୍କର ଏପରି ବୟାନକୁ ଅନେକ ଡାକ୍ତର ନିନ୍ଦା କରିବା ସହ ଏହା ପଛରେ କ’ଣ ବୈଜ୍ଞାନିକ କାରଣ ଅଛି ବୋଲି ପ୍ରଶ୍ନ କରିଛନ୍ତି।

By amfnews

Related Post