Sun. Apr 20th, 2025

ମହିଳାଙ୍କୁ ଅଧାଲଣ୍ଡା କରି ଗାଁ ବୁଲାଇଲେ

By amfnews Aug 24, 2019 #Featured
124 Views

ନୀଳଗିରି : ଜଣେ ମହିଳା ତାଙ୍କର ଜଣେ ସମ୍ପର୍କୀୟ ଭିଣୋଇଙ୍କ ସହ ବୁଲି ଯିବାରୁ ତାଙ୍କୁ ଅଧା ଲଣ୍ଡା କରାଯାଇ ଗାଁ ବୁଲା ଯାଇଥିବା ଅଭିଯୋଗ ହୋଇଛି। ପୁଣି ଆଉ କେହି ନୁହେଁ, ଉକ୍ତ ମହିଳାଙ୍କ ସଂପର୍କୀୟ ଭିଣୋଇଙ୍କ ପରିବାର ଲୋକେ ଏ କାଣ୍ଡ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅମାନବୀୟ ଓ ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଯାଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ବାହାରେ ରହନ୍ତି। ଗତ ୨୧ ତାରିଖ ଦିନ ସେ ତାଙ୍କର ସଂପର୍କୀୟ ଭିଣୋଇଙ୍କ ସହିତ କେଉଁଠାକୁ ବୁଲିବାକୁ ଯାଇଥିଲେ ଓ ସେହି ଦିନ ହିଁ ଘରକୁ ଫେରି ଆସିଥିଲେ। ହେଲେ ତା’ପର ଦିନ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ, ତାଙ୍କ ଶଳା ଓ ଅନ୍ୟ ସମ୍ପର୍କୀୟମାନେ ମିଶି ଏହି ମହିଳାଙ୍କୁ ଆକ୍ରମଣ କରିବା ସହ  ଅଧା ଲଣ୍ଡା କରାଇ ଗାଁ ବୁଲାଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ମହିଳା ଜଣଙ୍କ ତାଙ୍କ ସଂପର୍କୀୟ ଭିଣୋଇଙ୍କ ସହ ପ୍ରେମ ସଂପର୍କ ରଖିଥିଲେ।

ଏ ଘଟଣା ନେଇ ଗତକାଲି ପୀଡ଼ିତାଙ୍କ ଭାଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ।  ପୁଲିସ୍  ଗାଁର ଦୁଇ ଜଣ ମହିଳା ଓ ୪ ଜଣ ପୁରୁଷଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ତେବେ ଅଟକ ଥିବା ଦୁଇ ମହିଳାଙ୍କ ମଧ୍ୟରେ ଜଣେ ଅଙ୍ଗନବାଡି କର୍ମୀ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ମାମଲାକୁ ରଫାଦଫା କରିବାକୁ ଗାଁ ଲୋକେ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ସେମାନେ ପୀଡ଼ିତାଙ୍କ ପରିବାରକୁ  ୩୦ ହଜାର ଟଙ୍କା ଯାଚିବା ସହ କେସ୍‌ ଉଠାଇ ଆଣିବାକୁ ଧମକ ଦେଉଥିବା ଉକ୍ତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି।

By amfnews

Related Post