Wed. Mar 11th, 2026
190 Views

ପୁରୁଣା ଭୁବନେଶ୍ବର  : ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରିଟ୍‌ କଲୋନି ମୁଖ୍ୟ ରାସ୍ତାରୁ ଜଣେ ମହିଳାଙ୍କ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟେରାମାନେ ଏକ ବାଇକ୍‌ରେ ଆସି ଚେନ୍‌ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ରିଟ୍ କଲୋନି ମୁଖ୍ୟ ରାସ୍ତାରେ ବିନାୟକ ପାତ୍ର ଭେରାଇଟି ‌ଷ୍ଟୋର କରିଛନ୍ତି। ସେ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ପାତ୍ରଙ୍କୁ ଦୋକାନରେ ବସାଇ ଘରକୁ ଖାଇବାକୁ ଯାଇଥିବା ବେଳେ ଦୁଇଜଣ ଲୁଟେରା ଏକ ପଲସର୍‌ରେ ଆସି ତାଙ୍କ ବେକରୁ ୨୮ଗ୍ରାମର ଓଜନର ‌ସୁନା ହାର ଲୁଟି ନେଇଥିଲେ ବୋଲି ପୁଷ୍ପାଞ୍ଜଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି।

By amfnews

Related Post