ଜମ୍ମୁ : ଜମ୍ମୁ-କଶ୍ମୀରରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ମୌଲବୀ ଜନୈକା ମହିଳାଙ୍କ ସହ ଭିଡ଼ିଓ ଚାଟ୍ କରୁଥିବା ସମୟରେ ଆପତ୍ତିଜନକ କାମ କରିବା ଘଟଣା ସସସ୍ତଙ୍କ ସାମ୍ନାକୁ ଆସିବା ପରେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୀଡ଼ିତା ମୌଲବୀଙ୍କ ସହ କଥା ହେଉଥିବା ସମୟରେ ହଠାତ୍ ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ ମୌଲବୀ । ମୌଲବୀଙ୍କ ଏଭଳି ରୁପ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୀଡ଼ିତା ।
ଏହି ଘଟଣା ଘଟୁଥିବା ସମୟରେ ମୌଲବୀଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଭିଡ଼ିଓ ଚାଟ୍କୁ ପୀଡ଼ିତା ରେକର୍ଡ଼ କରିଥିଲେ । ପରେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡ଼ିଓକୁ ଦେଖି ଲୋକମାନେ ମୌଲବୀକୁ ଅପମାନିତ କରୁଥିବା ଦେଖା ଯାଇଛି ।
ସୂଚନା ମୁତାବକ, ଭିଡ଼ିଓରେ ନଜର ଆସୁଥିବା ମୌଲବୀ ଜଣଙ୍କ କାଜି ଅହମ୍ମଦ ୟାସିର ବୋଲି ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣଙ୍କ କଶ୍ମୀରକୁ ଆଜାଦି ଦେବା ପାଇଁ ଅଭିଯାନ ମଧ୍ୟ ଆରମ୍ଭ କରିଥିବା ଜଣା ପଡ଼ିଛି । ମୌଲବୀଙ୍କ ଦ୍ୱାରା ଏଭଳି ଆପତ୍ତିଜନକ କାମ ହେବା ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏପରି ଘଟଣା ଘଟିଥିଲା । ଯେଉଁଠି ୧୦ବର୍ଷର ନାବାଳିକା ସହ ଅସଦାଚରଣ କରି ମୌଲବୀ ଗିରଫ ହୋଇଥିଲେ ।