146 Views
କେରଳ, ଜାନୁଆରୀ ୦୨ : ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗି କେରଳର ସାବରୀମାଳା ମନ୍ଦିରରେ ୨ ଜଣ ମହିଳା ପ୍ରବେଶ କରିବା ପରେ ମନ୍ଦିର ଦ୍ୱାରକୁ ବନ୍ଦ କରି ଦିଆଯାଇଛି । ମନ୍ଦିରରେ ଏବେ ଦର୍ଶନ ବନ୍ଦ କରାଯାଇ ଶୁଦ୍ଧିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁଦ୍ଧିକରଣ ପରେ ପୁଣି ଥରେ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ଦୁଇ ଜଣ ମହିଳା ବିନ୍ଦୁ ଓ କନକଦୁର୍ଗାଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଦେବାକୁ କେରଳ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ଖୋଦ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ଭୋର ୩ଟା ୪୫ରେ ମହିଳା ଆଇନଜୀବୀ ବିନ୍ଦୁ ଏବଂ ସାମାଜିକ କର୍ମୀ କନକଦୁର୍ଗା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଦୁଇ ଜଣ ପୁରୁଷଙ୍କ ପୋଷାକ ପିନ୍ଧିଥିଲେ । ତାଙ୍କୁ ସାଦା ପୋଷାକ ପିନ୍ଧିଥିବା ପୋଲିସ ଫୋର୍ସ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଇଥିଲେ । ବିନ୍ଦ ଓ କନକଦୁର୍ଗା ଭଗବାନ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି ବୋଲି କହିଛନ୍ତି ।