112 Views
ରାଉରକେଲା, ୨୦ା୧୧ : ସହରରେ ଦିନକୁ ଦିନ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିଛି । ନିକଟରେ ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ କିଛି ଦୁର୍ବୃତ୍ତ ସୁନାଚେନ୍ ଛିନ୍ତାଇ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ୨ ସପ୍ତାହ ନ ହେଉଣୁ ପୁଣି ଦୁର୍ବୁତ୍ତମାନେ ଗତକାଲି ସନ୍ଧ୍ୟାରେ ବାସନ୍ତୀ କଲୋନୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଛିନତାଇ କରି ଫେରାର ହୋଇଯାଇଛନ୍ତି ।
ଏହି ଲୁଟେରାମାନେ ବାଇକ୍ରେ ଆଖିପିଛୁଳାକେ ଛିନ୍ତାଇ କରି ଫେରାର୍ ହୋଇଯାଉଛନ୍ତି । ସୂଚନା ଅନୁଯାୟୀ ବିମଳା ମହାନ୍ତି ସନ୍ଧ୍ୟାରେ ବାସନ୍ତୀ କଲୋନୀ ଭେଣ୍ଡିଜୋନ ଅଞ୍ଚଳକୁ ମାର୍କେଟିଂ କରିବାକୁ ଯାଇଥିଲେ । ସେ ମାର୍କେଟିଂ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଦୁଇଜଣ ଦୁର୍ବୃତ୍ତ ପିଛା କରିବା ସହ ତାଙ୍କ ବେକରୁ ଚେନ୍ ଛିନତାଇ କରି ଫେରାର ହୋଇଯାଇଥିବା ଜଣାପଡିଛି ।