Thu. Dec 26th, 2024

ମହିଳା ଏସଡିଏମଙ୍କୁ ଧମକ ଦେଲେ ବିଜେପି ବିଧାୟକ, କହଲେ- ମୋ ଶକ୍ତି କେତେ ଜାଣିନ, ତମେ ଏକ ଚାକର…

By amfnews Dec 18, 2018 #Featured
105 Views

ନୂଆଦିଲ୍ଲୀ, ଡିସେମ୍ବର ୧୮: ଫତେଫୁର ସିକ୍ରୀର ବିଜେପି ବିଧାୟକ ଚୌଧୁରୀ ଉଦୟନାଥ ସିଂହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ବିଜେପି ବିଧାୟକ ଉପଜିଲ୍ଲାଅଧିକାରୀ ଗରିମା ସିଂହକୁ ଧକମ ଦେଉଥିବାର ନଜର ଆସିଛନ୍ତି । ବିଧାୟକଙ୍କର ଏହି ରୂପ ଦେଖି ସେଠାରେ ଉପସ୍ଥିତ ଥିବା ସମର୍ଥକ ମଧ୍ୟ ହୋ ହାଲ୍ଲା କରିଥିଲେ ।

ଏପ୍ରିଲରେ ହୋଇଥିବା ଝଡ ତୋଫାନ ଓ ବର୍ଷାରେ ପ୍ରଭାବିତ ହୋଇଥିବା ତହସିଲ କେରାବଲୀର କୃଷକଙ୍କୁ କ୍ଷତିପୂରଣ ଦେବା ପାଇଁ ବିଜେପି ବିଧାୟକ ଚୌଧୁରୀ ଉଦୟନାଥ ସିଂହ ଲଖନଉ ଯାଇଥିଲେ । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ କରି କ୍ଷତିପୂରଣ ରାଶି ସ୍ୱୀକୃତି କରାଇଥିଲେ ।

ANI UP

@ANINewsUP

Agra: BJP MLA Udaybhan Chaudhary threatens SDM Garima Singh, says ‘Don’t you know I am an MLA? Don’t you realize my power, the power of democracy?’ He had gone to meet the SDM over farmer issues (17.12.18)

ସୂଚନା ଯୋଗ୍ୟ କି କୌଣସୀ ଏକ ଘଟଣାକୁ ନେଇ ବିଜେପି ବିଧାୟକ ଉପଜିଲ୍ଲାଅଧିକାରୀଙ୍କୁ କହିଲେ କି, ଆପଣଙ୍କୁ ଜଣା ନାହିଁ କି ମୁଁ ଏକ ବିଧାୟକ ବୋଲି । ମୋ ଶକ୍ତିର ବିଷୟରେ ତୁମକୁ ଜଣାନାହିଁ । ଆପଣଙ୍କୁ ଲୋକତନ୍ତ୍ରର ଶକ୍ତି ବିଷୟରେ ମଧ୍ୟ କିଛି କିଛି ଅନୁମାନ ନାହିଁ । ତମେ ଏକ ଚାକର……. । ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ସମର୍ଥକ ଜୋଶରେ ଆସି ଏସଡିଏମ ମୂୁର୍ଦ୍ଦାବାଦ ବୋଲି ହାଲ୍ଲା କରିଥିଲେ ।

ରାଗରେ ଥିବା ବିଧାୟକ ଏସଡିଏଙ୍କୁ ଏହା ମଧ୍ୟ ଏଡା ମଧ୍ୟ କରିଥିଲେ କି, ନିଜ କାର୍ଯ୍ୟାଳୟକୁ ଯାଆନ୍ତୁ । ଏହି ସମୟରେ ଏସଡିଏମ ମଧ୍ୟ କହିଛନ୍ତି କି, ଆପଣ ଏହିଭଳି କର୍ଥାବାର୍ତା କରିପାରିବେ ନାହିଁ । କିନ୍ତୁ ବିଧାୟକଙ୍କ ସମର୍ଥକ ହୋ ହାଲ୍ଲାରେ ତାଙ୍କ ମହିଳାଙ୍କ କଥାକୁ କେହି ଶୁଣିଲେ ନାହିଁ ।

By amfnews

Related Post