Tue. Dec 24th, 2024

ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଟୁଇଟ କଲେ କଙ୍ଗନା ରଣାୱତ

By amfnews Sep 10, 2020 #Featured
122 Views

ମୁମ୍ବାଇ, ସେପ୍ଟେମ୍ବର ୧୦ : ମୁମ୍ବାଇର ପାଲି ହିଲରେ ଥିବା ବଲିଉଡ ଅଭିନେତ୍ରୀ କଙ୍ଗାନା ରଣାୱତଙ୍କ କାର୍ଯ୍ୟାଳୟ ବୃହନ ମୁମ୍ବାଇ ମହାନଗର ନିଗମର ନିର୍ଦ୍ଦେଶ ଅନୁସାରେ ଜେସିବି ଦ୍ୱାରା ଭଙ୍ଗାରୁଜା କରାଯାଇଛି । ବିଏମସିର କାର୍ଯ୍ୟାନୁଷ୍ଠାନ ପରେ କଙ୍ଗନା ପୁଣି ଥରେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଟୁଇଟ କରିଛନ୍ତି । ବୁଧବାର କଙ୍ଗନା ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଟୁଇଟ କରିଛନ୍ତି ।

କଙ୍ଗନା ରଣାୱତ ନିଜର ବିରୋଧୀମାନଙ୍କୁ ଟୁଇଟ ଜରିଆରେ ଜବାବ ଦେଉଛନ୍ତି ଏବଂ ଏଥି ସହିତ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜର ଏକ ଟୁଇଟରେ ଲେଖିଛନ୍ତି ଯେ, ମୁଁ ନିଜର ମୁମ୍ବାଇରେ ଅଛି । ନିଜ ଘରେ ଅଛି । ଅନେକ ଲୋକ ମୋର କ୍ଷତି କରିଛନ୍ତି । ଏହାକୁ ନେଇ ମୋର ସମର୍ଥକମାନେ ଚିନ୍ତିତ ଅଛନ୍ତି, ମୁଁ ସେମାନଙ୍କର ଆଶୀର୍ବାଦ ଓ ସ୍ନେହ ପାଇଁ ଧନ୍ୟବାଦ ଜଣାଉଛି ।

By amfnews

Related Post