Thu. Jan 16th, 2025

ମହାରାଷ୍ଟ୍ର ମହାନାଟକ : ମଙ୍ଗଳବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

By amfnews Nov 25, 2019 #Featured
108 Views

ନୂଆଦିଲ୍ଲୀ : ଆସନ୍ତା କାଲିକୁ ଘୁଞ୍ଚିଲା ମହାରାଷ୍ଟ୍ର ମାମଲାର ରାୟ । ସୁପ୍ରିମକୋର୍ଟ ଆଜି ଶୁଣାଣି ଶେଷ କରିବା ପରେ ଆସନ୍ତା କାଲି ସାଢେ ୧୦ଟା ପର୍ଯ୍ୟନ୍ତ ନିଜର ରାୟ ସୁରକ୍ଷିତ ରଖିଛନ୍ତି । ଏହା ଫଳରେ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାଓ୍ଵାରଙ୍କୁ ଆଉ ୨୪ ଘଣ୍ଟାର ସମୟ ମିଳିଯାଇଛି ।

ପ୍ରଥମେ ରାଜ୍ୟପାଳଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖିଥିଲେ । ଏହା ପରେ ଏବେ ଅଜିତ ପାଓ୍ଵାରଙ୍କ ଓକିଲ ମନିନ୍ଦର ସିଂ କହିଥିଲେ ଯେ ଏନସିପି ବିଧାୟକ ଦଳ ନେତାଭାବେ ସେ ୫୪ ବିଧାୟକଙ୍କ ପକ୍ଷରୁ ସମର୍ଥନ ପ୍ରଦାନ କରିଥିଲେ । ଏହା ତାଙ୍କ ଅଧିକାରଭୁକ୍ତ ।

ଏହା ପୂର୍ବରୁ ବିଭିନ୍ନ ପକ୍ଷ ଏହି ମାମଲରେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଶିବସେନା ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ରାଜ୍ୟପାଳ ଏତେ ତରବର ହେବାର କାରଣ କ’ଣ ? ସେ କ’ଣ ୨୪ ଘଣ୍ଟା ଅପେକ୍ଷା କରିପାରିଲେ ନାହିଁ ? ସକାଳ ୫ଟା ୪୭ ମିନଟରେ ରାଷ୍ଟ୍ରପତି ଶାସନ ଉଠାଯିବାର କ’ଣ ଜରୁରୀ ଥିଲା ? ସେହିପରି ଏନସିପି ପକ୍ଷରୁ ଲଢୁଥିବା ଅଭିଷେକ ମନୁସିଂଘଭି କହିଛନ୍ତି ଯେ ଏନସିପିର ଯେଉଁ ୫୪ ବିଧାୟକ ଦସ୍ତଖତ କରିଛନ୍ତି ସେମାନେ କେଉଁଠାରେ ମଧ୍ୟ ବିଜେପିକୁ ସମର୍ଥନ କରିବା କଥା କହିନାହାନ୍ତି ।

By amfnews

Related Post