Sat. Mar 7th, 2026

ମହାରାଷ୍ଟ୍ର ବି ସିଏଏ ବିରୋଧୀ ସଂକଳ୍ପ ପାରିତ କରିବ!

224 Views

ମୁମ୍ବାଇ : କେରଳ, ପଞ୍ଜାବ ପରେ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାର ବିଧାନସଭାରେ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଏକ ସଂକଳ୍ପ ପାରିତ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ତେବେ ମହା ବିକାଶ ଅଘାଡ଼ିରେ ଥିବା ଶିବସେନା ନିଜେ ଲୋକସଭାରେ ସିଏଏକୁ ସମର୍ଥନ କରିଥିଲା।

ଅବଶ୍ୟ ରାଜ୍ୟସଭାରେ ଦଳ ଭୋଟ ଦାନରୁ ଦୂରେଇ ରହିଥିଲା। ହେଲେ ଏବେ କେମିତି ସିଏଏ ବିରୋଧରେ ଶିବସେନା ନେତୃତ୍ୱାଧୀନ ସରକାର ସଂକଳ୍ପ ପାରିତ କରିବ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି।

କଂଗ୍ରେସ ମୁଖପାତ୍ର ରାଜୁ ୱାଘମାରେ କହିଛନ୍ତି, “ଆମ ଦଳର ବରିଷ୍ଠ ନେତା ବାଲାସାହେବ ଥୋରାଟ ସିଏଏ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ସିଏଏକୁ ବିରୋଧ କରିଛନ୍ତି। ସିଏଏ ବିରୋଧରେ ଆମେ ସଂକଳ୍ପ ଆଣିବାକୁ ଚାହୁଁଛୁ। ହେଲେ ଏହା ପୂର୍ବରୁ ମହା ବିକାଶ ଅଘାଡ଼ିର ବରିଷ୍ଠ ନେତାମାନେ ଏକାଠି ବସି ଏହା ଉପରେ ଉପରେ ଆଲୋଚନା କରିବେ।”

ଯଦି ମହାରାଷ୍ଟ୍ରରରେ ସିଏଏ ବିରୋଧୀ ସଂକଳ୍ପ ପାସ ହୁଏ, ତା’ହେଲେ ଦେଶର ତୃତୀୟ ରାଜ୍ୟରେ ଏଭଳି ଘଟଣା ଘଟିବ। ସିଏଏ ନିୟମ ଅନୁଯାୟୀ, ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣ ମୁସଲିମ ନାଗରିକଙ୍କୁ ଭାରତୀୟ ନାଗରିକତା ମିଳିବ।

By amfnews

Related Post