Fri. Mar 6th, 2026

ମହାମାରୀ କାଳରେ ଅନଲାଇନରେ ମିଳିବ ମଦ, ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

282 Views

ଭୁବନେଶ୍ବର, ମେ ୧୪ :

କରୋନା ସମୟରେ ଘରେ ବସି ମଦପାନ କରିପାରିବେ ବୋଲି ରାଜ୍ୟସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ‘କମ୍ପାନୀର ମଦ ଚାହିଁବେ ତାହା ନିକଟସ୍ଥ ସରକାରୀ ଅନୁମତିପ୍ରାପ୍ତ ମଦ ଦୋକାନରୁ ପାଇପାରିବେ। ଦୋକାନରେ କାମ କରୁଥିବା କର୍ମଚାରୀ (ଡେଲିଭରି ବୟ) ଘରେ ନେଇ ମଦ ପହଞ୍ଚାଇବେ।

ଅବକାରୀ ବିଭାଗର ପ୍ରମୁଖ ସଚିବ ଏସ୍‍. କେ. ଲୋହାନୀ ରାଜ୍ୟ ଅବକାରୀ ଆଯୁକ୍ତଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଅନୁଶୀଳନ ପରେ ରାଜ୍ୟ ସରକାର ଘରେ ମଦ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଉପଯୁକ୍ତ ନିଷ୍ପତ୍ତି ଓ କ୍ଷମତା ବ୍ୟବହାର କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ସମୟରେ ଗତବର୍ଷ ମେ’ ୨୩ ଓ ଜୁନ୍‍ ୨୯ରେ ଯେଉଁ ମାର୍ଗଦର୍ଶିକା ଜାରି କରାଯାଇଥିଲା ତାହା ଅନୁସରଣ କରିବାକୁ ସଚିବ ପତ୍ରରେ ଦର୍ଶାଇଛନ୍ତି।

By amfnews

Related Post