Fri. Mar 6th, 2026

ମହାବୀର ଗ୍ୟାସ୍ ତରଫରୁ ଗ୍ରାମ ସ୍ୱରାଜ ଅଭିଯାନ

281 Views

ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ଗ୍ରାମ ସ୍ୱରାଜ ଅନ୍ତର୍ଗତ ଉଜ୍ଜ୍ୱଳା କାର୍ଯ୍ୟକ୍ରମ ମହାବୀର ଗ୍ୟାସ ତରଫରୁ ବୁଧବାର ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଭାରତ ଗ୍ୟାସର ଟେରିଟୋରୀ ମ୍ୟାନେଜର ମନୋଜ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନିନ୍ଦା ଗ୍ରାମରେ ଏଲ୍.ପି.ଜି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  ।

ଭୁଷଳ ଗ୍ରାମରେ ସମ୍ପୂର୍ଣ୍ଣ ମାତ୍ରାରେ ଗ୍ରାହକମାନେ କିପରି ଗ୍ୟାସ ସଂଯୋଗ ପାଇପାରିବେ ତାହା ଅନୁଧ୍ୟାନ କରିଥିଲେ । ତାଙ୍କ ସହିତ ଇଂ. ମନୋରଂଜନ ପତି, କୁନିନ୍ଦା ଗ୍ରାମର ସରପଞ୍ଚ ଅନାମ ମହାଳିକ, ୱାର୍ଡ ମେମ୍ବର ଲିଲି ସାହୁ, ସୌଭାଗ୍ୟ ଦାଶ, ମହାବୀର ଗ୍ୟାସର ସିତାଶୁଂ କୁମାର ଦାଶ, ବିମ୍ବାଧର ସାହୁ, ଅରବିନ୍ଦ ଦାଶ, ରାଜେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ରହି ବିଧିବଦ୍ଧ ଭାବେ ପରିଚାଳନା କରିଥିଲେ  । ଏହି କାର୍ଯ୍ୟକ୍ରମକୁ ମହାବୀର ଗ୍ୟାସ୍ ର ପ୍ରୋପ୍ରାଇଟର ସାଗରିକା ମିଶ୍ର ପରିଚାଳନା କରିଥିବାବେଳେ ୬ଜଣ ମହିଳାଙ୍କୁ ନୂତନ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଥିଲା  ।

Related Post