Tue. Mar 10th, 2026

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ

????????????????????????????????????
171 Views

ପୁରୀ , ଜାନୁଆରୀ ୨୩ : ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ପରମ୍ପରା ମୁତାବକ ଆଜି ଶ୍ରୀକ୍ଷେତ୍ର ଆସି ମହୋଦଧିରେ ବୁଡ଼ ପକାଇଛନ୍ତି। ଗତକାଲି କଂସ ନିଧନ ହେବା ପରେ ଶ୍ରୀ ପ୍ରଧାନ ପୁରୀ ଅଭିମୁଖେ ବାହାରି ଆସିଥିଲେ।

ଆଜି ପୂର୍ବାହ୍ନ‌ରେ ମହୋଦଧିରେ ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବା ସହ ଧନୁଯାତ୍ରା ପାଇଁ ଧାରଣ କରିଥିବା ପଇତାକୁ ବିସର୍ଜନ କରିଥିଲେ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଥିଲେ।

ଗତ ୧୧ ଦିନ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ‘ ସେ ଜଣେ ସା‌ଧାରଣ ମଣିଷ। ମହାପ୍ରଭୁଙ୍କୁ କେତେ ନିନ୍ଦା, ଅପବାଦ ଦେଇଥିବାରୁ ସେ ଦୁଃଖିତ ଓ ଅନୁତପ୍ତ। ’ ଏହି ପାପରୁ ମୁକ୍ତି ପାଇଁ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଗୁହାରି କରିଥିବା ଶ୍ରୀ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ।

By amfnews

Related Post