161 Views
ଭୁବନେଶ୍ୱର, ଏପ୍ରିଲ 29 : ଚାନ୍ଦବାଲି ASI ଚିଙ୍ଗୁଡି ମାଛ ସହ 5 ହଜାର ଲାଞ୍ଚ ମାଗିବା ଘଟଣା ମହଙ୍ଗା ପଡିଲା । ASI ହରେକୃଷ୍ଣ ପାଢୀଙ୍କୁ ନିଲମ୍ବନ କଲେ ଭଦ୍ରକ ଏସପି । ସୋସିଆଲ୍ ମିଡିଆରେ ଅଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଏଏସଆଇ ଜଣେ ଅଭଯୁକ୍ତଙ୍କୁ ଖସାଇ ଦେବା ସହ ତାର ନା କାଟିଦେବାକୁ ମୋଟା ଅଙ୍କର ଅର୍ଥ ଓ ଚିଙ୍ଗୁଡ଼ି ମାଛ ମାଗୁଥିଲେ । ଚାନ୍ଦବାଲି ASI ଚିଙ୍ଗୁଡି ମାଛ ସହ 5 ହଜାର ଲାଞ୍ଚ ମାଗିବା ଘଟଣାର ଏକ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ଅଡିଓ ଭାଇରାଲ୍ ପରେ ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା । ଏହା ପରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ASI ହରେକୃଷ୍ଣ ପାଢୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ହରେକୃଷ୍ଣ ପାଢୀଙ୍କୁ ଭଦ୍ରକ ଏସପି ଚରଣ ସିଂ ମୀନା ନିଲମ୍ବନ କରିଛନ୍ତି ।