Sat. Mar 7th, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

354 Views

ଆଠଗଡ଼ :କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ବର ନିକଟସ୍ଥ ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଗ୍ରାମର ଚାରିଜଣ ଯୁବକ ଘରୁ ଆସୁଥିବା ବେଳେ ରାଜା ଗଜାଧର ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦ ଛକରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ସେମାନେ ଦୁଇଟି ବାଇକରେ ଆସୁଥିଲେ। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଭୋର ୫ଟା ବେଳେ ଘଟିଥିବା କୁହାଯାଉଛି।

Image result for raja athagarh railway station

ମୃତ୍ୟୁବରଣ କରିଥିବା ଯୁବକ ଭୁବନେଶ୍ୱର ନିକଟସ୍ଥ ବାଳକାଟି ଅଞ୍ଚଳର ପ୍ରତାପ ଶାସନର ବାବାଜି ରାଉତଙ୍କ ପୁଅ ପ୍ରମୋଦ ରାଉତ ବୋଲି ଜଣାଯାଇଛି । ଆହତଙ୍କ ନାମ ବିଜୟ ବେହେରା ବୋଲି ସୂଚନା ମିଳିଛି। ସେ ପ୍ରତାପ ଶାସନର ଅପନି ବେହେରାଙ୍କ ପୁଅ ବୋଲି ମଧ୍ୟ ଜଣାଯାଇଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

By amfnews

Related Post