Sun. Mar 8th, 2026

ମର୍ଣ୍ଣିଂୱାକ୍‌ରେ ବାହାରିଥିଲେ, ଧକ୍କା ଦେଇ ପଳାଇଲା କାର୍‌

273 Views

ଭଦ୍ରକ : ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ କାର୍‌ ଧକ୍କାରେ ଦୁଇ ନାବଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁମିତ ସାହୁ ଓ ଶୁଭଙ୍କର ମଲ୍ଲିକ। ସୁମିତ ଅଷ୍ଟମ  ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଶୁଭଙ୍କର  ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ସେମାନେ ପରିବାର ସହ ଭଦ୍ରକ ଜିଲ୍ଲା କୁଆଁସରେ ଭଡ଼ାରେ ରହୁଥିଲେ । ଆଜି ଭୋର ପ୍ରାୟ ୫ଟା ସମୟରେ ସୁମିତ ଓ ଶୁଭଙ୍କର  ସାଇକେଲରେ ମର୍ଣ୍ଣିଂ ୱାକ୍‌ ପାଇଁ ଯାଉଥିଲେ। ଏହି ସମୟରେ  ବିପରୀତ ଦିଗରୁ ଆସୁଥିବା ଏକ  କାର୍‌ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ହସ୍‌ପିଟାଲକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

By amfnews

Related Post