Thu. Jan 9th, 2025

ମମତା ବାଜାର୍ଜୀଙ୍କୁ ମିଳିଲା ଶରଦ ପାୱାରଙ୍କ ସମର୍ଥନ, ଟିଏମସି ପକ୍ଷରୁ କରିବେ ରାଲି!

By amfnews Dec 22, 2020 #Featured
240 Views

କୋଲକାତା, ଡିସେମ୍ବର ୨୨ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ରାଜନୀତି ଜୋର ଧରିଛି । ଏଭଳି ସ୍ଥିତିରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାୱାର ତୃଣମୂଳ କଂଗ୍ରେସ ପାର୍ଟିକୁ ସମର୍ଥନ ଜଣାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟ କରିଛି । 

ତୃଣମୂଳ କଂଗ୍ରେସ ସୂତ୍ରର ସୋମବାର କୁହାଯାଇଛି ଯେ, ପାର୍ଟି ବିଜେପି ବିରୋଧୀ ଏକ ମୋର୍ଚ୍ଚା ନିଜର ଉଦ୍ୟମରେ କୋଲକାତାରେ ଏକ ବଡ଼ ରାଲିର ଆୟୋଜନ କରିବା ନେଇ ବିଚାର ବିମର୍ଶ କରୁଛି । ଏସଂପର୍କରେ ଜଣେ ବରିଷ୍ଠ ନେତା କହିଛନ୍ତି, ଶରଦ ପାୱାର ଓ ମମତା ବାନାର୍ଜୀ ଯେତେବେଳେ କଂଗ୍ରେସରେ ଥିଲେ, ଉଭୟଙ୍କ ମଧ୍ୟରେ ଉତ୍ତମ ସଂପର୍କ ଥିଲା । ଟେଲିଫୋନରେ କଥାବାର୍ତ୍ତା ସମୟରେ ଶରଦ ପାୱାର ନିଜର ସମର୍ଥନ ଜଣାଇଛନ୍ତି । ସେ ପଶ୍ଚିମବଙ୍ଗ ଆସିବା ଓ ତୃଣମୂଳ କଂଗ୍ରେସ ପକ୍ଷରେ ପ୍ରଚାର କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । 

ଏନସିପି ରାଷ୍ଟ୍ରୀୟ ମୁଖପାତ୍ର ନବାବ ମଲିକ ମଧ୍ୟ ଅଭିଯୋଗ ଆଣିଥିଲେ ଯେ, ବିଜେପି ପଶ୍ଚିମବଙ୍ଗ ସରକାରକୁ ଅସ୍ଥିର କରିବା ଲାଗି କେନ୍ଦ୍ରର ଉପଯୋଗ କରୁଛି । ସେ କହିଥିଲେ ଯେ, ପାୱାର ଓ ବାନାର୍ଜୀ ଏହି ପ୍ରସଙ୍ଗରେ ଚର୍ଚ୍ଚା କରୁଛନ୍ତି । କ୍ୟାପଟେନ ଅମରିନ୍ଦର ସିଂହ, ଅରବିନ୍ଦ କେଜ୍ରିୱାଲ, ଭୂପେଶ ବଘେଲ ଓ ଅଶୋକ ଗହଲୋତ ନିକଟରେ ଅଭିଯୋଗ ଆଣିଥିଲେ ଯେ, ପ୍ରତିନିଯୁକ୍ତି ଉପରେ ୩ ଜଣ ଆଇପିଏସ ଅଧିକାରୀଙ୍କୁ ସ୍ଥାନାନ୍ତରିତ କରିଥିବା କେନ୍ଦ୍ରର ଆଦେଶ ପଶ୍ଚିମବଙ୍ଗର ପ୍ରଶାସନିକ କାର୍ଯ୍ୟକଳାପ ପ୍ରତି ହସ୍ତକ୍ଷେପ କରୁଛି । ପଂଜାବ, ଛତିଶଗଡ଼ ଓ ରାଜସ୍ଥାନ ଯେତେବେଳେ କଂଗ୍ରେସ ଦ୍ୱାରା ଶାସିତ ଅଛି, ଦିଲ୍ଲୀରେ ଆମ ଆଦମୀର ଶାସନ ଚାଲିଛି । 

ମମତେ ବାନାର୍ଜୀ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରୁଛନ୍ତି ଏବଂ ସେ ରବିବାର ଏହି ପ୍ରସଙ୍ଗରେ ରାଜ୍ୟର ଏକତ୍ରକୁ ଲାଗି ବିରୋଧୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ପାର୍ଟି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଏକ ରାଲି ଆୟୋଜିତ କରିବା ଯୋଜନା କରୁଛି । ନେତା କହିଛନ୍ତି ଯେ, ଏବେ କିଛି ମଧ୍ୟ ନିଦ୍ଦିଷ୍ଟ କରାଯାଇ ନାହିଁ ।   

By amfnews

Related Post