Sun. Mar 8th, 2026

ମବ୍‌ ଲିଞ୍ଚିଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୪୯ ସେଲେବ୍ରିଟି

164 Views

ନୂଆଦିଲ୍ଲୀ :  ଦେଶରେ ବୃଦ୍ଧି ପାଉଥିବା ମବ୍‌ ଲିଞ୍ଚିଙ୍ଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦେଶର ପ୍ରତିଷ୍ଠିତ ୪୯ ଜଣ ବ୍ୟକ୍ତି ବିଶେଷ। ଏହି ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ। ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ବ୍ୟକ୍ତି ବିଶେଷମାନେ ମବ ଲିଂଚିଙ୍ଗ ଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୁସଲିମ୍, ଦଳିତ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟ ବିରୋଧରେ ହେଉଥିବା ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ଦରକାର ବୋଲି ଏହି ୪୯ ଜଣ ସେଲେବ୍ରିଟି। ପ୍ରଧାନମନ୍ତ୍ରୀ ମବ୍‌ ଲିଞ୍ଚିଙ୍ଗ୍ ବାବଦରେ ସଂସଦରେ ଯାହା କହିଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ସେମାନେ କହିଛନ୍ତି। ଜୟ ଶ୍ରୀରାମ ନାରାକୁ ନେଇ ଅଧିକ ଆକ୍ରମଣ ହେଉଛି ବୋଲି ଏହି ୪୯ ବ୍ୟକ୍ତି ବିଶେଷ କହିଛନ୍ତି। ଏହି ନାରା ପାଇଁ ଦେଶର ଆଇନ ଶୃଙ୍ଖଳା ବିଗିଡିଛି ବୋଲି ସେମାନେ କହିଛନ୍ତି । ଚିଠି ଲେଖିଥିବା ୪୯ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ କୋଙ୍କନା ସେନ ଶର୍ମା, ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ, ଅନୁରାଗ କଶ୍ୟପ, ମଣି ରତନମ, ଅପର୍ଣ୍ଣା ସେନ୍ ଭଳି ପ୍ରମୁଖ ସେଲେବ୍ରିଟି ।

By amfnews

Related Post