ନବରଙ୍ଗପୁର, ଜାନୁଆରୀ ୦୪ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ଭିତରେ ଭାଲୁ । ଗତକାଲି ରାତି ସମୟରେ ତେନ୍ତୁଳିଖୁଣ୍ଟିସ୍ଥିତ ତାରିଣୀ ମନ୍ଦିର ପରିସରରେ ଏକ ଜଙ୍ଗଲୀ ଭାଲୁ ବୁଲୁଥୁବା ଦେଖିବାକୁ ମିଳିଛି । ଭାଲୁଟି ଗ୍ରାମର ମାଳି ସାହିରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଡା ମଧ୍ୟରେ ବୁଲୁଥୁବା କିଛି ଲୋକ ଦେଖିଥିଲେ । ଏହାପରେ ଭାଲୁଟି ଭତରା ସାହି ମଧ୍ୟରେ ପଶି ପୁଣି ଧାନ ଜମି ଦେଇ କେଉଁଆଡେ ଚାଲି ଯାଇଥିବାର ସୂଚନା ମିଳିଛି । ଭାଲୁଟି କାହାର କିଛି କ୍ଷତି କରି କରିନଥିଲେ ହେଁ ବାରମ୍ବାର ଭାଲୁ ସ୍ଥାନୀୟ ଅଂଚଳରେ ପ୍ରବେଶ କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଭାଲୁଟି ମନ୍ଦିର ମନ୍ଦିର ପାଚେରୀ ଡେଇଁ ଆସି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରୁଥିଲା । ତେବେ ମନ୍ଦିର ଗ୍ରିଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା । ପରେ ଦୁଇ ଗୋଡ଼ରେ ଛିଡା ହୋଇ କିଛି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି । ଲୋକମାନଙ୍କ ଦ୍ୱାରା ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଗତ କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମରେ ମାଳ ମାଳ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ ବନ ବିଭାଗର ଅଧିକାରୀ ତତ୍ପର ହେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
159 Views