310 Views
photo credit-National Heraldନୂଆଦିଲ୍ଲୀ: ଅଭିନେତାଙ୍କ ପରେ ଏବେ ରାଜନେତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ବରିଷ୍ଠ ସାମ୍ବାଦିକ ତଥା ବର୍ତ୍ତମାନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ.ଜେ.ଆକବରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଜଣେ ମହିଳା ସାମ୍ବାଦିକା ବହୁ ବର୍ଷ ତଳେ ହୋଇଥିବା ଏକ ଘଟଣା ସମ୍ପର୍କରେ ଟ୍ୱିଟ୍ରରେ ଉଲ୍ଲେଖ କରିଛନ୍ତି। ଟ୍ୱିଟର୍ରେ ଅସଦାଚରଣର ଶିକାର ହୋଇଥିବା କଥା ଉଲ୍ଲେଖ ପରେ ବିଭିନ୍ନ ମହଲରୁ ଆକବରଙ୍କୁ ନିନ୍ଦା କରାଯାଇଛି।
ସାକ୍ଷାତକାର ନେବା ବାହାନାରେ ତାଙ୍କୁ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ବୋଲି ମହିଳା ସାମ୍ବାଦିକା ପ୍ରିୟା ରମଣୀ ଟ୍ୱିଟ କରିଛନ୍ତି। ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି। ବୈଦେଶିକ ରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପଚରା ଯାଇଥିବା ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ବିଭାଗୀୟ ମନ୍ତ୍ରୀ ସୁଷମା ସ୍ୱରାଜ।
