232 Views
ଓଡ଼ିଶା,ନଭେମ୍ବର 26 : ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ଗତକାଲି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ମାମଲାର କ୍ରାଇମବ୍ରାଚ ହେବ ବୋଲି କହିଥିଲେ ହେଲେ ଏଥିରେ ବିରୋଧୀ ମାନେ ଚୁପ୍ ହୋଇନଥିଲେ । ପରୀର ବାପା, ମା ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କଲା ବେଳେ କୃଷୀ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇଥିଲେ ଯାହାଫଳରେ
ଅଭିଯୁକ୍ତଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ସାଂଘାତିକ ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ନାରାବାଜି କରିଛନ୍ତି । ପୋଡିୟମ ନିକଟକୁ ଆସି ବ୍ୟାନର ପ୍ରଦର୍ଶନ କରିବା ସହ ବିଜେପି ସଦସ୍ୟ ମାନେ ହୋହାଲ୍ଲା କରିବାକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି କରାଯାଇଛି