Sat. Mar 7th, 2026

ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ଅବନତି ହୋଇଛି, ପ୍ରତିବଦଳ ପାଇଁ ଆଲୋଚନା ହୋଇପାରେ: ଗୋଆ ଉପବାଚସ୍ପତି

341 Views

ନୂଆଦିଲ୍ଲୀ: ରବିବାର ଦିନ ଭାରତୀୟ ଜନତା ପାର୍ଟି ନେତା ଓ ଗୋଆ ବିଧାନସଭା ଉପବାଚସ୍ପତି ମାଇକେଲ୍‌ ଲୋବୋ କହିଛନ୍ତି ଯେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ଅବନତି ହୋଇଛି। ଦଳର ବରିଷ୍ଠ ନେତୃବୃନ୍ଦ ମନୋହର ପାରିକରଙ୍କ ପ୍ରତିବଦଳ ଚୟନ କରିବା କଥା ମଧ୍ୟ ସେ କହିଛନ୍ତି। ଏଥିପାଇଁ ଆଜି ପୂର୍ବାହ୍ନ ୧୦: ୩୦ରେ ବୈଠକ ବସିବାକୁ ସ୍ଥିର କରାଯାଇଥିଲା।

ସେ କହିଛନ୍ତି: ତାଙ୍କ ସ୍ୱାସ୍ଥ୍ୟ ଅବନତି ହୋଇଛି। ବରିଷ୍ଠ ନେତୃବୃନ୍ଦ ଆଜି ଆସୁଛନ୍ତି। ସେମାନେ ସହଯୋଗୀ ଦଳ ଗୋଆ ଫର୍‌ଓ୍ଵାର୍ଡ ପାର୍ଟି ଏବଂ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ସହ ଏ ସଂକ୍ରାନ୍ତରେ ଆଲୋଚନା କରିବେ। ଦଳ ଭିତରୁ କାହାକୁ ହେଲେ ଦଳ ମନୋନୀତ କରିବ। ଦଳ ନିଷ୍ପତ୍ତି ନେଇଛି ଯେ ବିଧାୟକମାନଙ୍କ ମଧ୍ୟରୁ ହିଁ ଜଣକୁ ଚୟନ କରାଯିବ। ସେ ଆହୁରି କହିଛନ୍ତି ଯେ ସହଯୋଗୀ ଦଳଗୁଡ଼ିକୁ ବିଜେପି ପରିସ୍ଥିତି ସଂକ୍ରାନ୍ତରେ ବୁଝାଇବ।

ଶନିବାର ଦିନ ଉପବାଚସ୍ପତି କହିଥିଲେ ଯେ ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରମାନେ ପରୀକ୍ଷା କରିଛନ୍ତି। ସେ ଆରୋଗ୍ୟ ହେବେ ବୋଲି ସେମାନେ କହୁ ନାହାନ୍ତି।

ସେ ଆହୁରି ମଧ୍ୟ କହିଥିଲେ କି, ଅଗ୍ନାଶୟ କର୍କଟ ରୋଗର ଶେଷ ପର୍ଯ୍ୟାୟରେ ଥିବା ପାରିକର ଯେ ପର୍ଯ୍ୟନ୍ତ ବଞ୍ଚିଛନ୍ତି ସେ ଯାଏଁ ବିଜେପି ନେତୃତ୍ୱାଧୀନ ମିଳିତ ସରକାରରେ କୌଣସି ନେତୃତ୍ୱ ପରିବର୍ତ୍ତନ କରାଯିବ ନାହିଁ।

କିନ୍ତୁ ପାରିକରଙ୍କ ଅସୁସ୍ଥତା ଯୋଗୁଁ ଦଳର ନେତୃତ୍ୱ ବଦଳି ପାରେ ବୋଲି ଆଜି ସେ କହିଛନ୍ତି।

By amfnews

Related Post