Wed. Dec 25th, 2024

ମନୋହର ପାରିକରଙ୍କ ଉପରେ କଂଗ୍ରେସ ନେତାଙ୍କ ଲଜ୍ଜାଜନକ ମନ୍ତବ୍ୟ, କହିଲେ ଶ୍ରାଦ୍ଧ କରାଯାଉ

By amfnews Oct 30, 2018 #Featured
74 Views

ଗୋଆ, ଅକ୍ଟୋବର ୩୦ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପାକସ୍ଥଳୀ କର୍କଟରେ ପୀଡିତ ଅଛନ୍ତି । ଆମେରିକା ପରେ ନୂଆଦିଲ୍ଲୀ ଏମସରେ ଚିକିତ୍ସିତ ହେବା ପରେ ସେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ତେବେ ଆଜି ଗୋଆ କଂଗ୍ରେସ ନେତା ଜିତେନ୍ଦ୍ର ଦେଶପ୍ରଭୁ ମନୋହରଙ୍କ ଉପରେ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି ।

ଦେଶପ୍ରଭୁ କହିଛନ୍ତି ଯେ ଗୋଆ ମୁଖ୍ୟମନ୍ତ୍ରୀ କେଉଁଠି ଦେଖା ଯାଉ ନାହାନ୍ତି । ଏହାକୁ ନେଇ ତାଙ୍କ ମନରେ ଗମ୍ଭୀର ସନ୍ଦେହ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଅଛନ୍ତି ନା ନାହିଁ ବୋଲି ସେ ପ୍ରଶ୍ନ କରିବା ସହ ଯଦି ନାହାନ୍ତି ତେବେ ତାଙ୍କର ଶ୍ରାଦ୍ଧ କରି ଦିଆଯାଉ ବୋଲି ସେ କହିଛନ୍ତି ।

ଏହି ବୟାନକୁ ନେଇ କଂଗ୍ରେସ ଅସୁବିଧାର ସମ୍ମୁଖୀନ ହୋଇଛି । ବିଜେପି ଏହି ମନ୍ତବ୍ୟ ପରେ କଂଗ୍ରେସକୁ ସମାଲୋଚନା କରିବା ସହ ଏହା ହତାଶାର ପରିଚୟ ବୋଲି କହିଛି । କଂଗ୍ରେସ ନେତା ବହୁତ ତଳକୁ ଖସିଯାଇଥିବା କହିଛି ଭାରତୀୟ ଜନତା ପାର୍ଟି ।

କଂଗ୍ରେସ ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଦଳର ଅନ୍ୟନେତା ମନମାନି ଚଳାଇଛନ୍ତି । ଅକ୍ଟୋବର ୧୪ ପରେ ମନୋହର ଏକ ପ୍ରକାର ଗାୟବ ହୋଇଯାଇଛନ୍ତି । ତାଙ୍କ ଅନୁପସ୍ଥିତିକୁ ଦେଖିଲେ ଲାଗୁଛି କି ସେ ଆଉ ନାହାନ୍ତି ।

By amfnews

Related Post