Sat. Mar 7th, 2026

ମନମୋହନଙ୍କୁ ଭେଟିଲେ ସୀତାରମଣ

191 Views

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍‌କୁ ଲୋକାଭିମୁଖୀ କରିବା ପାଇଁ ସୀତାରମଣ ଉଦ୍ୟମ କରୁଛନ୍ତି।

ଏଥିପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତି ବିଶେଷଜ୍ଞ ମନମୋହନ ସିଂହଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ସିଂହ ଦେଶର ଆରବିଆଇ ଗଭର୍ଣ୍ଣର ଓ ଅର୍ଥ ଭାବେ କାର୍ଯ୍ୟ କରିଛନ୍ତି।

ଅର୍ଥନୀତି ସମ୍ପର୍କରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ତେଣୁ ତାଙ୍କଠାରୁ ଅଭିଜ୍ଞତା ହାସଲ କରିବା ପାଇଁ ସୀତାରମଣ ତାଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ଆଜି ସୀତାରମର ଦିଲ୍ଲୀ ସ୍ଥିତ ମନମୋହନ ସିଂହଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ଉଭୟ କହିଛନ୍ତି।

ନରସିମା ରାଓଙ୍କ ସରକାରରେ ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିଲେ। ୧୯୯୧ରେ ଭାରତୀୟ ଅର୍ଥନୀତିରେ ସଂସ୍କାର ଆସିଥିଲା। ଏହାର ଶ୍ରେୟ ଶ୍ରୀ ସିଂହଙ୍କୁ ହିଁ ଦିଆଯାଇଥିଲା।

By amfnews

Related Post