198 Views
ନୂଆଦିଲ୍ଲୀ, ନଭେମ୍ବର ୨୦ : ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଇନ୍ଦିରା ଗାନ୍ଧୀ ଶାନ୍ତି ସମାରୋହରେ ସୋନିଆ ଗାନ୍ଧୀ ମନମୋହନଙ୍କ ପ୍ରଶଂସା କରିଛନ୍ତି । ସେ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହଙ୍କର ପ୍ରଶଂସା କରି ମୋଦୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ମନମୋହନ କେବେ ନିଜର ପ୍ରଶଂସା ନିଜେ କରନ୍ତି ନାହିଁ ବୋଲି ସୋନିଆ କହିଛନ୍ତି ।
ସେ କେବେ ନିଜ କାର୍ଯ୍ୟ ପାଇଁ ଶ୍ରେୟ ନେଇ ନାହାଁନ୍ତି । ସେଠାରେ ସୋନିଆ ମନମୋହନଙ୍କୁ ପ୍ରଶଂସା କରି ମୋଦୀଙ୍କୁ ତୁଳନା କରିଥିବା ଦେଖା ଯାଇଛି । ସେ ପୁଣି କହିଛନ୍ତି କି, କିଛି ଲୋକ କାମ କରନ୍ତି କିନ୍ତୁ ଅନ୍ୟ ଲୋକ ଶ୍ରେୟ ନିଅନ୍ତି ।
ସୋନିଆଙ୍କ କହିବା ଅନୁଯାୟୀ, ମନମୋହନ ଇନ୍ଦିରା ଗାନ୍ଧୀଙ୍କ ସହ ଦେଢ ଦଶକ ପର୍ଯ୍ୟନ୍ତ କାମ କରିଛନ୍ତି । ସେ ସମଗ୍ର ଦୁନିଆରେ ଦେଶ ପାଇଁ ସମ୍ମାନ ଅର୍ଜନ କରିଛନ୍ତି । ମନମୋହନ ଅଖଣ୍ଡତା, ବିନମ୍ରତା ଏବଂ ସଶକ୍ତତାର ପ୍ରତୀକ । ଚଳିତ ବର୍ଷ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରଷ୍କାରରେ ମନମୋହନଙ୍କୁ ସମ୍ମାନିତ କରା ଯାଇଛି । ଦେଶରେ କାଙ୍ଗାଳ ପରିସ୍ଥିତି ସୃଷ୍ଟି ହୋଇଥିବା ସମୟରେ ମନମୋହନ ଦେଶର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳି ଥିଲେ । ସେ କିଛି ମାସ ମଧ୍ୟରେ ତାଙ୍କର ବ୍ୟକ୍ତିତ୍ୱ ଏବଂ ଯୋଜନାରେ ଭଲ ପ୍ରଭାବ ପକାଇଥିଲେ ।