Sun. Mar 8th, 2026

ମଧ୍ୟସ୍ଥତା କରିବାକୁ ପୁଣି ଆମେରିକାର ପ୍ରସ୍ତାବ; ଭାରତ ଓ ପାକିସ୍ତାନକୁ ସହଯୋଗ କରିବାକୁ ଟ୍ରମ୍ପ୍‌ ଇଚ୍ଛୁକ

191 Views

ଓ୍ଵାସିଂଟନ୍‌ : ଯଦି ଉଭୟ ପକ୍ଷ କୁହନ୍ତି ତେବେ କଶ୍ମୀର ମାମଲାରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଥିବା କଥା ଗୁରୁବାର ଦିନ ହ୍ଵାଇଟ୍‌ ହାଉସ୍‌ କହିଛି। ଓ୍ଵାସିଂଟନ୍‌ ମଧ୍ୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ଅନ୍ତର୍ଜାତୀୟ ସମୁଦାୟକୁ ଭାରତ ସ୍ପଷ୍ଟ ରୂପେ କହିଛି ଯେ ଜମ୍ମୁ ଓ କଶ୍ମୀରର ସ୍ୱତନ୍ତ୍ର ପାହ୍ୟା ହଟାଇବା ନିମନ୍ତେ ଧାରା ୩୭୦ ଉଚ୍ଛେଦ ଗୋଟାଏ ଅଭ୍ୟନ୍ତରୀଣ ମାମଲା। ବାସ୍ତବତାକୁ ଗ୍ରହଣ କରିବାକୁ ମଧ୍ୟ ଭାରତ ପାକିସ୍ତାନକୁ କହିଛି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଟ୍ରମ୍ପ୍‌ଙ୍କ ସୂଚନାରୁ ଜଣାପଡୁଛି ଯେ ସେ ଉତ୍ତେଜନା ହ୍ରାସ ପାଇଁ ଯଦି ଉଭୟ ପକ୍ଷ ସାହାଯ୍ୟ ନିମନ୍ତେ ଆଗ୍ରହୀ ସେ ସହାୟତା କରିବା ପାଇଁ ପ୍ରସ୍ତୁତ। କିନ୍ତୁ ଆମେ ଜାଣୁ ଯେ ଔପଚାରିକ ମଧ୍ୟସ୍ଥତା ପାଇଁ ଭାରତ ଅନୁରୋଧ କରିନାହିଁ।ସେମାନେ ଆହୁରି କହିଛନ୍ତି ଯେ କଶ୍ମୀର ଉପରେ ତାଙ୍କ ନିଷ୍ପତ୍ତି ପରେ ଆଞ୍ଚଳିକ ଉତ୍ତେଜନା କିପରି ଶାନ୍ତ କରାଇବାକୁ ଇଚ୍ଛୁକ ତାହା ଫ୍ରାନ୍ସ୍‌ରେ ମୋଦୀଙ୍କ ସହ ବୈଠକ ବେଳେ ଟ୍ରମ୍ପ୍‌ ଜାଣିବାକୁ ଚାହିଁ ପାରନ୍ତି।

By amfnews

Related Post