Fri. Mar 6th, 2026

ମଧ୍ୟପ୍ରଦେଶ ପୋଲିସର ସ୍ୱତନ୍ତ୍ର ଡିଜିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ, ଭିଡିଓ ପ୍ରସ୍ତୁତ କଲେ ପୁଅ

263 Views

ମଧ୍ୟପ୍ରଦେଶ, ସେପ୍ଟେମ୍ବର ୨୮ : ମଧ୍ୟପ୍ରଦେଶ ପୋଲିସର ସ୍ୱତନ୍ତ୍ର ଡିଜି ପୁରୁଷୋତ୍ତମ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । ସ୍ୱତନ୍ତ୍ର ଡିଜି ପୁରୁଷୋତ୍ତମ ଶର୍ମା ପତ୍ନୀଙ୍କୁ ନିର୍ଯାତନା ମାମଲା ଦେଉଥିବା ଅଭିଯୋଗ ପଦାକୁ ଆସିବା ପରେ ଲାଗିଛି। ଡିଜିପି ଶର୍ମାଙ୍କ ପୁଅ ଏହା ଅଭିଯୋଗ କରିଛନ୍ତି ଏବଂ ଭିଡିଓ ମଧ୍ୟ ପଠାଇଛନ୍ତି।

ପୁରୁଷୋତ୍ତମ ଶର୍ମାଙ୍କ ପତ୍ନୀ ତାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏନେଇ ପୁରୁଷୋତ୍ତମ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ପରେ ମାରପିଟ ପର୍ଯ୍ୟନ୍ତ ପରିସ୍ଥିତି ହୋଇଥିଲା  । ଭାଇରାଲ ଭିଡିଓରେ ଘରେ ଉପସ୍ଥିତ ଥିବା ତାଙ୍କ କର୍ମଚାରୀମାନେ ଏଥିରେ ହସ୍ତକ୍ଷେପ କରୁଥିବା ଦେଖିବାକୁ ମିଳିଛି।

ସ୍ୱତନ୍ତ୍ର ଡିଜି ପୁରୁଷୋତ୍ତମ ଶର୍ମା ଭିଡିଓକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଅଛି। ଏଥି ସହିତ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ମୁଁ ଏହା ବିଷୟରେ ଜାଣିଛି  । ମାତ୍ର ଅନ୍ୟ ଅଧିକାରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବି। ଯଦି କୌଣସି ଅଭିଯୋଗ ଅଛି, ଆମେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ  ।

ଏହାପୂର୍ବରୁ ଏସଟିଏଫ ଏବଂ ସାଇବର ସେଲର ଡିଜି ଥିବା ସମୟରେ ପୁରୋହିତ ଶର୍ମାଙ୍କ ବିରୋଧରେ ହନି ଟ୍ରାପ ମାମଲାରେ ରହିଥିଲା। ତେବେ ସେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ ଏବଂ ତତ୍କାଳୀନ ଡିଜିପି ଭି.କେ ସିଂଙ୍କ ବିରୋଧରେ ଅନେକ ପାଲଟା ଅଭିଯୋଗ ଆଣିଥିଲେ।

By amfnews

Related Post