Sat. Mar 7th, 2026

ମଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

336 Views

ନୂଅାପଡା  : ନୂଅାପଡା ଜିଲ୍ଲା ଖଡିଅାଳ ବ୍ଲକ ବରଗାଁରେ ମହିଳାଙ୍କ ମଦ ବିରୋଧି ଅାନ୍ଦୋଳନ।  ଗାଁରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବଢୁଥିବାରୁ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି କିଛି ସୁଫଳ ମିଳୁନି। ଏହାକୁ ବିରୋଧ କରି ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରି ଅାନ୍ଦୋଳନ କରିଥିଲେ।

ବରଗାଁର ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି କରିଥିଲେ। ବରଗାଁ , କୁମାଜୁରୀ, ବେନ୍ଦରାବାହାଲ ଗାଁକୁ ଯାଇ ଲୋକମାନଙ୍କୁ ସଚେତନ କରାଇଥିଲେ। ଯଦି ଅାଗକୁ ମଦ ବ୍ୟବସାୟ ବନ୍ଦ ନହୁଏ, ତେବେ ଅାନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ମହିଳାମାନେ।

By amfnews

Related Post